ETV Bharat / bharat

ସୋସିଆଲ ମିଡିଆ ଉପରେ ନିର୍ବାଚନ ଆୟୋଗର ନଜର

ଏଥର ସୋସିଆଲ ମିଡିଆ ଜରିଆରେ ନେତାଙ୍କ ଉପରେ ରଖାଯିବ ନଜର। ସୋସିଆଲ ମିଡିଆରେ ପୋଷ୍ଟ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କଲେ ସେମାନଙ୍କ ଉପରେ କଡା ନଜର ରଖିବ ନିର୍ବାଚନ ଆୟୋଗ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 29, 2019, 9:12 AM IST

ନୂଆଦିଲ୍ଲୀ: ଏଣିକି ସୋସିଆଲ ମିଡିଆ ଜରିଆରେ ରାଜନୈତିକ ଦଳ ଗୁଡିକ କରୁଥିବା ନିର୍ବାଚନୀ ପ୍ରଚାର ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି । ସୋସିଆଲ ମିଡିଆରେ ପ୍ରଚାର ଯୋଗୁଁ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବାର ଯଦି ଅଭିଯୋଗ ହୁଏ, ତେବେ 3 ଘଣ୍ଟା ମଧ୍ୟରେ ପୋଷ୍ଟ ଗୁଡିକୁ ସୋସିଆଲ ମିଡିଆରୁ ହଟାଇ ଦିଆଯିବ । ଏଥି ସହ ଟ୍ୱିଟର୍, ଫେସବୁକ ସହିତ ଅନ୍ୟ ସୋସିଆଲ ମିଡିଆରେ ମଧ୍ୟ ନିର୍ବାଚନ ଆୟୋଗ କଡା ନଜର ରଖିବ।

ଗତ ବୁଧବାର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା କହିଛନ୍ତି। ଏହି ଅବସରରେ ନିର୍ବାଚନରେ ହେବାକୁ ଥିବା ଖର୍ଚ୍ଚ ଓ ସୋସିଆଲ ମିଡିଆରେ ଚାଲିଥିବା ନିର୍ବାଚନ ପ୍ରଚାରକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ମୋଦିଙ୍କ ବାୟୋପିକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ଆଗକୁ ନିର୍ବାଚନ ଥିବାରୁ ସୋସିଆଲ ମିଡିଆ ନିର୍ବାଚନ ପ୍ରଚାର ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି। ଏହା ଦ୍ବାରା ନେତାମାନେ ଭୋଟରଙ୍କ ନିକଟତର ହୋଇ ପାରୁଛନ୍ତି । ତେଣୁ ଭୋଟରଙ୍କ ମନ ଜିଣିବା ପାଇଁ ସୋସିଆଲ ମିଡିଆ ଦ୍ବାରା ବଡ ବଡ ପ୍ରତିଶୃତି ମଧ୍ୟ ଦେଉଛନ୍ତି । ତେବେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଥିବାରୁ ସୋସିଆଲ ମିଡିଆ ଉପରେ କଡା ନଜର ରଖିଛି ନିର୍ବାଚନ ଆୟୋଗ ।

କଳା ମାଧ୍ୟମରେ ଭୋଟରଙ୍କୁ  ସଚେତନ ବାର୍ତ୍ତା।

ଆଗକୁ ଆସୁଛି ନିର୍ବାଚନ । ସରଗରମ ହେଉଛି ଗାଁ ଠାରୁ ସହର। ଭୋଟରଙ୍କୁ  ମନେଇବା ପାଇଁ ନେତାମାନେ କରୁଛନ୍ତି ପ୍ରୟାସ। ତେବେ ବୋତଲ ଭିତରେ  କଳା ର କାରୁକାର୍ଯ୍ୟ ଦ୍ଵାରା ନୂଆ କରି ଭୋଟ ଦେଉଥିବା ଭୋଟରଙ୍କୁ ପ୍ରଭାବିତ କରିବାକୁ କରୁଛନ୍ତି ଅଭିନବ ପ୍ରୟାସ କରିଛନ୍ତି। ଏମିତି ଜଣେ କରିଗଲା ଯାହାକୁ ବୋତଲ ଭିତରେ କାରୁକାର୍ଯ୍ୟ କରୁଥିବା ସମସ୍ତେ ଜାଣନ୍ତି। ସେ ହେଉଛନ୍ତି ଜଟଣୀର ଏଲ୍ ଈଶ୍ୱର ରାଓ। ତାଙ୍କର ଭଳି ପ୍ରତିଭା ଙ୍କୁ ସମସ୍ତେ ଭରପୁର ପ୍ରଶଂସା କରିଛନ୍ତି।

ଜଟଣୀର ଏଲ ଈଶ୍ୱର ରାଓ ହେଉଛନ୍ତି ଜଣେ ଛୋଟ୍ ବ୍ୟବସାୟୀ, ହେଲେ ତାଙ୍କର କଳା କୁ ନେଇ ସବୁଠି ପ୍ରଶଂସା ର ପାତ୍ର ହୋଇଛନ୍ତି। କେବଳ ବୋତଲ ଭିତରେ ନୁହେଁ ପେନ୍ ସିଲି ର ମୁନ ରେ  ମଧ୍ୟ ଚିତ୍ର କଳା କରିଛନ୍ତି। ଛୋଟ ଛୋଟ ଅକ୍ଷରରେ ଭୋଟ ଫର୍ ଦ୍ ରାଇଟିସ୍ ଲେଖିଛନ୍ତି। ହେଲେ ଏପରି ସବୁ କାମ କରିବାକୁ ଈଶ୍ୱର ଙ୍କୁ  ୪ ରୁ ୫ ଦିନ ସମୟ ଲାଗିଛି। ନୂତନ କରି ଭୋଟରଙ୍କୁ ପ୍ରଭାବିତ କରିବା ସହ ସମସ୍ତେ ଠିକ ନେତାଙ୍କୁ ବୁଝି ବିଚାରି ଭୋଟ ଦେବା ଉଚିତ ବୋଲି ପ୍ରୟାସ କରୁଛନ୍ତି।ଆଜିକା ସମୟରେ ନେତା ମାନେ ହଉକି କୌଣସି ଦଳ ହୁଅନ୍ତୁ ଯେଉଁ ଭଳି ଭାବରେ ନିଜକୁ ପ୍ରଚାର ପାସର କରୁଛନ୍ତି ସେଥିରେ କିଛି ଭୋଟରମାନେ ଖୁସି ମହାନ୍ତି ତେଣୁ ଏ ବର୍ଷ ଗଲା ପରେ ପରବର୍ତ୍ତୀ ୫ ବର୍ଷ ପରେ ପରବର୍ତ୍ତୀ ଭୋଟ ର କ୍ଷମତା ଆସିବ। ତେଣୁ ଯେଉଁ ମାନେ ନୂତନକରି ଚଳିତ ବର୍ଷ ଭୋଟ ଦେଉଛନ୍ତି ସେମାନଙ୍କୁ ଏକ ବାର୍ତ୍ତା ବହନ କରୁଛନ୍ତି ଈଶ୍ୱର ରାଓ।

Byte- ଏଲ ଈଶ୍ୱର ରାଓ, କାରିଗର
Visual and byte send mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.