ETV Bharat / bharat

ଖୁବଶୀଘ୍ର ଚାଲିବ ଯାନବାହନ: ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କ ସୂଚନା

ଖୁବଶୀଘ୍ର ଦେଶରେ ଚଳାଚଳ କରିବ ଯାନବାହନ । ସାମାଜିକ ଦୂରତାକୁ ପ୍ରାଧାନ୍ୟତା ଦିଆଯିବ । ଏନେଇ ବୁଧବାର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

public transport may resume soon with with guidelines_ -nitin gadkari
ଖୁବ ଶୀଘ୍ର ଚାଲିବ ଯାନବାହନ: ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କ ସୂଚନା
author img

By

Published : May 6, 2020, 9:03 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଚଳାଚଳ କରିବ ଯାନବାହନ । ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ ମଧ୍ୟ ରହିବ । ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବ । ଏନେଇ ବୁଧବାର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି । ବସ ଓ କାର ଅପରେଟର କନଫେଡେରେସନ ଅଫ ଇଣ୍ଡିଆର ସଦସ୍ୟମାନଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ।
ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ ପରିବହନ ଏବଂ ରାଜପଥ ଖୋଲାଯିବ । ତେବେ ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା, ହ୍ୟାଣ୍ଡ ୱାଶ, ସାନିଟାଇଜର, ମାସ୍କ ଭଳି ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମନ୍ତ୍ରୀ କହିଛନ୍ତି ।

ଗଡକରୀ ଆହୁରି ମଧ୍ୟ କହିଛନ୍ତି ସମସ୍ତ ପରିବହନ କମ୍ପାନୀ ଉପରେ ପଡିଥିବା ଆର୍ଥିକ ବୋଝ ଉପରେ ସରକାର ସଚେତନ ଅଛନ୍ତି । ସେମାନଙ୍କ ସମସ୍ୟା ହ୍ରାସ ପାଇଁ ଉଦ୍ୟମ ଚାଲିଛି । ଏହି ସମ୍ବୋଧନରେ ପରିବହନ ମନ୍ତ୍ରୀ ଆଶ୍ବାସନା ଦେଇ କହିଛନ୍ତି ଯେ ଦେଶର ମଧ୍ୟମ କ୍ଷୁଦ୍ର ଶିଳ୍ପ ଓ ପରିବହନ କ୍ଷେତ୍ରରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ସେ ଲଗାତାର ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏହି ମହାମାରୀ ପାଇଁ ଦେଶର ଆର୍ଥିକ ବ୍ୟବସ୍ଥାରେ ହୋଇଥିବା ଅଚଳାବସ୍ଥାକୁ ସୁଧାରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।

ପରିବହନ ମନ୍ତ୍ରୀ ସମ୍ବୋଧନରେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘କୋରୋନା ଭାଇରସ ଆମକୁ ଅନେକ ଶିକ୍ଷା ଦେଇଛି । ଆମେ ଏହାକୁ ଆହ୍ବନ ଭାବେ ଗ୍ରହଣ କରିଛୁ । ଦେଶରେ କିଭଳି ବ୍ୟାପକ ବିଦେଶୀ କମ୍ପାନୀ ନିବେଶ କରିବେ ସେଥିପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଦେଶର ସମସ୍ତ ଉଦ୍ୟୋଗ ପ୍ରସ୍ତୁତ ରହିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.