ବେଙ୍ଗାଲୁରୁ: କୋଭିଡ-19 ମୁକାବିଲା ପାଇଁ ସାରା ଦେଶ ତାଲାବନ୍ଦ ରହିଛି । ଯାହାର ସିଧାସଳଖ ପ୍ରଭାବ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କ ଉପରେ ପଡିଛି । ପ୍ରତ୍ୟେକ ଦିନ ସେମାନଙ୍କୁ ଖାଦ୍ୟ ଖାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ଏମିତି ସ୍ଥିତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁୟୁରପ୍ପା ଲୋକଙ୍କୁ ସେମାନଙ୍କ ଘର ପାଖରେ ବୁଲୁଥିବା ପଶୁପକ୍ଷୀ ମାନଙ୍କୁ ଖାଇବାକୁ ଦେବା ସହ ଜଳ ଯୋଗାଇବାକୁ ନିବେଦନ କରିଛନ୍ତି ।
କନ୍ନଡ ଭାଷାରେ ଏକ ଟ୍ବିଟ କରି ଲେଖିଛନ୍ତି ଯେ, ସୂର୍ଯ୍ୟଙ୍କ ପ୍ରଚଣ୍ଡ ଉତ୍ତାପ ଏବଂ ତାଲାବନ୍ଦ କାରଣରୁ ବିଲେଇ, କୁକୁର ଏବଂ ଅନ୍ୟ ପକ୍ଷୀମାନେ ଖାଦ୍ୟ ଓ ଜଳ ବିନା ଯନ୍ତ୍ରଣା ପାଉଛନ୍ତି । ସହରାଞ୍ଚଳ ଗୁଡିକରେ ଏପରି ସ୍ଥିତି ଅତ୍ୟଧିକ ଗମ୍ଭୀର ହୋଇଛି । ତେଣୁ ମୁଁ ଲୋକଙ୍କୁ ନିବେଦନ କରୁଛି ଯେ ବାହାରେ ବୁଲିଥିବା କୁକୁର ଓ ପକ୍ଷୀମାନଙ୍କୁ ଖାଦ୍ୟ ଓ ଜଳ ଦିଅନ୍ତୁ ।
ସେହିପରି ବିଜେପିର ବରିଷ୍ଠ ନେତା ଇଂରାଜୀରେ ଏକ ଟ୍ବିଟ କରି କହିଛନ୍ତି ଯେ, ଦୟାକରି ଦୟାଳୁ ହୁଅନ୍ତି । ନିଜ ଘର ଚାରିପାଖରେ ବୁଲୁଥିବା ପଶୁପକ୍ଷୀମାନଙ୍କୁ ଖାଇବାକୁ ଦେବା ପାଇଁ କିଛି ସମୟ ବାହାର କରନ୍ତୁ । ସେମାନଙ୍କୁ ଜଳ ଏବଂ ବଳକା ଖାଦ୍ୟ ଯୋଗାଇ ଦେବାକୁ ଚେଷ୍ଟା କରନ୍ତୁ । ଯଦ୍ବାରା ସେମାନେ ଭୋକରେ ରହିବେ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବୁଲା ପଶୁପକ୍ଷୀମାନେ ହୋଟେଲ ଏବଂ ରେସ୍ତୋରାଁରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏବଂ ବଳକା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ହେଲେ କୋରୋନା ଭାଇରସର ପ୍ରତିହତ ପାଇଁ ଏଗୁଡିକରେ ତାଲା ପଡିଛି ।
ସେହିପରି କର୍ଣ୍ଣାଟକର ସରକାରୀ ମନ୍ତ୍ରୀ ୟେଦିୟୁରପ୍ପାଙ୍କ ଅନ୍ୟ ଏକ ଟ୍ବିଟରେ କହିଛନ୍ତି ଯେ, ସରକାର 'ଦାସୋହା' ଆରମ୍ଭ କରିଛନ୍ତି । ତାଲାବନ୍ଦ ଦ୍ୱାରା ପ୍ରଭାବିତ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ 155214 ଏକ ହେଲ୍ପଲାଇନ ନମ୍ବର ରହିଛି । ଯାହା ବହୁ ପରିମାଣରେ ସହାୟତା ଯୋଗାଉଛି। ଏଥିରେ 100ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସାହାଯ୍ୟର ଆବଶ୍ୟକତା ଥିବା ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି । ଏଥିସହିତ ପ୍ରତ୍ୟେକ ଦିନ 2 ଲକ୍ଷରୁ ଅଧିକ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଛି ।
ଗୁରୁବାର ଯେଦିୟୁରପ୍ପା କହିଛନ୍ତି କି ତାଙ୍କର ସମସ୍ତ କ୍ୟାବିନେଟ ସହକର୍ମୀ ସର୍ବସମ୍ମତ ମତ ଦେଇଛନ୍ତି ଯେ COVID-19ର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଏପ୍ରିଲ 14 ପରେ 21 ଦିନିଆ ଲକଡାଉନକକୁ ପ୍ରାୟ 15 ଦିନ ବୃଦ୍ଧି କରାଯିବ । ଶନିବାର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
@PTI