ETV Bharat / bharat

କୃଷି ବିଲ ବିରୋଧରେ ପଞ୍ଜାବରେ ପ୍ରଦର୍ଶନ, ରେଳ ବିଭାଗର 1200 କୋଟି କ୍ଷତି - ରେଳ ବିଭାଗ

କୃଷି ସଂଶୋଧିତ ବିଲ ବିରୋଧରେ ପଞ୍ଜାବରେ ଦୀର୍ଘ ଦିନ ଧରି ବିଭିନ୍ନ କୃଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ଧାରଣା ପ୍ରଦର୍ଶନ ଯୋଗୁଁ ରେଳ ବିଭାଗକୁ ପ୍ରାୟ 1 ହଜାର 2ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଅଧିକ ପଢ଼ନ୍ତୁ...

କୃଷି ବିଲ ବିରୋଧରେ ପଞ୍ଜାବରେ ପ୍ରଦର୍ଶନ, ରେଳ ବିଭାଗର 1200 କୋଟିର କ୍ଷତି

author img

By

Published : Nov 4, 2020, 3:25 PM IST

ନୂଆଦିଲ୍ଲୀ: ପଞ୍ଜାବରେ ଦୀର୍ଘ ଦିନ ଧରି ବିଭିନ୍ନ କୃଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପଞ୍ଜାବ ରାଜ୍ୟରେ ବର୍ତ୍ତମାନ 32 ସ୍ଥାନରେ ଏହି ଧାରଣା ପ୍ରଦର୍ଶନ ଜାରି ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା କୃଷି ସଂଶୋଧିତ ବିଲ ବିରୋଧରେ ଏଭଳି ପ୍ରଦର୍ଶନ ଜାରି ରଖିଛନ୍ତି ପଞ୍ଜାବର କୃଷକ। ତେବେ ଏହି ଧାରଣା ପ୍ରଦର୍ଶନ ଯୋଗୁଁ ରେଳ ବିଭାଗକୁ ପ୍ରାୟ 1 ହଜାର 2ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କୃଷକଙ୍କ ଏହି ଧାରଣା ପ୍ରଦର୍ଶନ ଯୋଗୁଁ ପଞ୍ଜାବ ଦେଇ ମାଲବାହୀ ଟ୍ରେନ ଯିବା ଆସିବା ପ୍ରାୟ ବନ୍ଦ ହୋଇ ଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି।

ସଂଶୋଧିତ କୃଷି ବିଲ ପାରିତ ହେବା ପରଠୁ ପଞ୍ଜାବରେ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ 2 ହଜାର 225ଟି ଗୁରୁତ୍ବପୂର୍ଣ୍ଣ ମାଲବାହୀ ରେଳ ଏହି ରୁଟ(route) ଦେଇ ଚଳାଚଳ ବନ୍ଦ ରହିଛି। ଫଳରେ ପଞ୍ଜାବର ବିଭିନ୍ନ ସ୍ଥାନକୁ ବହୁ ଜରୁରୀକାଳନୀ ଦ୍ରବ୍ୟ ପହଞ୍ଚି ପାରୁନାହିଁ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଗତ ଅକ୍ଟୋବର 26 ତାରିଖରେ ପଞ୍ଜାବ ସରକାରଙ୍କୁ ଚିଠି ଲେଖିଥିଲେ। ଚିଠିରେ ରେଳ ଚଳାଚଳ ସହ ରେଳ କର୍ମଚାରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ନିବେଦନ କରିଥିଲେ ରେଳ ମନ୍ତ୍ରୀ।

କୃଷି ବିଲ ବିରୋଧରେ ପଞ୍ଜାବରେ ପ୍ରଦର୍ଶନ, ରେଳ ବିଭାଗର 1200 କୋଟିର କ୍ଷତି
କୃଷି ବିଲ ବିରୋଧରେ ପଞ୍ଜାବରେ ପ୍ରଦର୍ଶନ, ରେଳ ବିଭାଗର 1200 କୋଟିର କ୍ଷତି

ପଞ୍ଜାବରେ କୃଷିବିଲର ବିରୋଧ ଯୋଗୁଁ କେବଳ ମାଲବାହୀ ନୁହେଁ ଯାତ୍ରୀମାନଙ୍କୁ ବି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ରେଳଧାରଣାକୁ ଜାମ କରିଛନ୍ତି ପ୍ରଦର୍ଶନକାରୀ। ଫଳରେ ପଞ୍ଜାବ ଦେଇ ଯିବାକୁ ଥିବା କିମ୍ବା ପଞ୍ଜାବରୁ ଆରମ୍ଭ ହେବାକୁ ଥିବା 1 ହଜାର 350ଟି ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି।

ଏନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଞ୍ଜାବରେ କୃଷି ବିଲର ବିରୋଧ ଯୋଗୁଁ ବର୍ତ୍ତମାନ ସୁଦ୍ଧା 1350ଟି ଟ୍ରେନ ବାତିଲ ହୋଇଛି। ଏହାସହ ଯେଉଁ ଟ୍ରେନ ପଞ୍ଜାବ ଯିବାକୁ ଥିଲା ତାହାକୁ ଅନ୍ୟ ରୁଟ ଦେଇ ଛଡ଼ା ଯାଇଛି। ଏଥିପାଇଁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। କୋରୋନା କଟକଣା ସମୟରେ ଏଭଳି ଏକ ପରିସ୍ଥିତି ଏବେ ଚିନ୍ତାର ବିଷୟ ପାଲଟିଛି। ଏଥିପାଇଁ ପଞ୍ଜାବ ସରକାରଙ୍କୁ ଆମେ ଅବଗତ କରାଇଛୁ।

ଏହି ଧର୍ମଘଟ ଯୋଗୁଁ ପଞ୍ଜାବ ସମେତ ଜମ୍ମୁ ଓ କାଶ୍ମୀର, ଲଦ୍ଦାଖ, ଓ ହିମାଚଳ ପ୍ରଦେଶକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଛି। ବହୁ ଜରୁରୀକାଳୀନ ଦ୍ରବ୍ୟ ଏହି ଅଞ୍ଚଳରେ ପହଞ୍ଚି ପାରିନାହିଁ। ଫଳରେ ଏହି ରାଜ୍ୟରେ ଲୋକଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। କୃଷି ବିଲକୁ ବିରୋଧରେ ଗତ ସେପ୍ଟେମ୍ବର ମାସ 24 ତାରିଖରେ 3 ଦିନ ପାଇଁ ରେଳ ଆନ୍ଦୋଳନ କରାଯାଇଥିଲା। ତେବେ ଏହି ଆନ୍ଦୋଳନ ଆଜି ସୁଦ୍ଧା ଜାରି ରହିଛି। ଫଳରେ ଏହାର ପରିଣାମ ଭୋଗୁଛି ରେଳ ବିଭାଗ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.