ETV Bharat / bharat

ମଧ୍ୟପ୍ରଦେଶରେ ଦରମା ନ ମିଳିବାରୁ ଆତ୍ମହତ୍ୟା କଲେ ପ୍ରଫେସର

ମଧ୍ୟପ୍ରଦେଶର ଉମରିଆରେ କଲେଜ ପ୍ରଫେସରଙ୍କ ଆତ୍ମହତ୍ୟା । ଗତ 7-8 ମାସ ହେଲା ନିଜର ଦରମା ନ ମିଳିବାରୁ ନିଜର ଆର୍ଥିକ ପରିସ୍ଥିତି ସମ୍ଭାଳି ନ ପାରି ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

professor-commited-suicide-for-non-payment-of-salary-in-mahdyapradesh
ମଧ୍ୟପ୍ରଦେଶରେ ଦରମା ନ ମିଳିବାରୁ ଆତ୍ମହତ୍ୟା କଲେ ପ୍ରଫେସର
author img

By

Published : Feb 12, 2020, 12:08 PM IST

ଭୋପାଳ: ମଧ୍ୟପ୍ରଦେଶର ଉମରିଆରେ କଲେଜ ପ୍ରଫେସରଙ୍କ ଆତ୍ମହତ୍ୟା । ଗତ 7-8 ମାସ ହେଲା ଦରମା ନ ମିଳିବାରୁ ନିଜର ଆର୍ଥିକ ପରିସ୍ଥିତି ସମ୍ଭାଳି ନ ପାରି ଆତ୍ମହତ୍ୟା କରିଛନ୍ତି ସେ ।

ଏମଆଇ ବର୍ମା ଉମରିଆ ପୋଲିସ ଥାନା ଅଧିକାରୀଙ୍କ ଅନୁସାରେ ମଧ୍ୟପ୍ରଦେଶର ଉମରିଆରେ ଗତକାଲି ସନ୍ଧ୍ୟାରେ ସଞ୍ଜୟ କୁମାର ନାମକ ପ୍ରଫେସର ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇବା ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା । ପ୍ରଫେସର ଏକ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ଏକ ସୁଇସାଇଡ ନୋଟ ଜବତ କରାଯାଇଥିଲା ଯେଉଁଥିରେ ତାଙ୍କ ବଳକା ଦରମା ଓ ଇପିଏଫ ପଇସା ନିଜ ସ୍ତ୍ରୀକୁ ପ୍ରଦାନ କରିବା ପାଇଁ ଲେଖିଛନ୍ତି ।

ମୃତ ପ୍ରଫେସରଙ୍କ ପତ୍ନୀଙ୍କ କହିବା ଅନୁସାରେ ଗତ 7-8 ମାସ ହେଲା ଦରମା ମିଳି ନଥିଲା । ପରିବାର ପ୍ରତିପୋଷଣରେ ସମସ୍ୟା ସୃଷ୍ଟି ହୋଇଥିଲା । ଯାହା ଦ୍ବାରା ପୁଅ ଝିଅଙ୍କ ପାଠପଢାରେ ସମସ୍ୟା ସୃଷ୍ଟି ହୋଇଥିଲା । ସେଥିପାଇଁ ସେ ମାନସିକ ଭାବରେ ଚାପଗ୍ରସ୍ତ ହୋଇ ଗତ କାଲି ଘରେ କେହି ନଥିବା ସମୟରେ ଆତ୍ମହତ୍ୟା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.