ନୂଆଦିଲ୍ଲୀ: ସୀମାରେ ସଂଘର୍ଷ ପରେ ଚୀନର ଅନେକ ମୋବାଇଲ ଆପଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ତେବେ ଭାରତ ଦ୍ବାରା ଚୀନର 59ଟି ମୋବାଇଲ ଆପ ଉପରେ ପ୍ରତିବନ୍ଧକର କାହିଁକି ଆବଶ୍ୟକତା ଥିଲା ବୋଲି ବିସ୍ତୃତ ଆଲୋଚନା କରିଛନ୍ତି ଭାରତୀୟ ଟେଲିକମ ଇକ୍ୟୁଇପମେଣ୍ଟ ମେନୁଫେକ୍ଚର ଆସୋସିଏସନ(TEMA)ର ଚେୟାରମ୍ୟାନ ଏନ.କେ ଗୋଏଲ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଏହି ଆପ ଜରିଆରେ ଚୀନ ସମସ୍ତ ତଥ୍ୟା ସେୟାର କରୁଥିଲା । ପ୍ରଫେସର ଗୋୟେଲ କହିଛନ୍ତି, ଆମେ ଆମ ଡାଟାର ମାଲିକ । କାହିଁକି ଅନ୍ୟ କେହି ଆମ ଡାଟାକୁ ନେବ? କାହିଁକି ଏହି ଡାଟା ବାଣିଜ୍ୟ କାରବାର ଉଦ୍ଦେଶ୍ୟରେ ପାଇଁ ବ୍ୟବହାର ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହାସହିତ ଆପ୍ ଉପଲବ୍ଧ ନହେବା ପାଇଁ ଗୋୟେଲ ଇଣ୍ଟରନେଟ୍ ପ୍ରଦାନକାରୀ ଏବଂ ଟେଲିକମ୍ ଅପରେଟରଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି ।