ETV Bharat / bharat

ସିମଲା ସ୍ଥିତ ଘରକୁ ଯିବାକୁ ଚାହୁଁଛନ୍ତି ପ୍ରିୟଙ୍କା, ଜିଲ୍ଲା ପ୍ରଶାସନ ଦେଉନାହାଁନ୍ତି ଅନୁମତି

author img

By

Published : Aug 7, 2020, 1:04 PM IST

କୋରୋନା କାଳରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସିମଲାରେ ଛାବ୍ରା ସ୍ଥିତ ତାଙ୍କ ଘରକୁ ଯିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଜିଲ୍ଲା ପ୍ରଶାସନର ଅନୁମତି ମଧ୍ୟ ମାଗିଛନ୍ତି । ହେଲେ କିଛି ଦଲିଲର ଅଭାବ ହେତୁ ତାଙ୍କୁ ଅନୁମତି ମିଳିନଥିବା କୁହାଯାଉଛି ।

ସୀମଲାର ଛାବ୍ରାସ୍ଥିତ ଘରକୁ ଯିବାକୁ ଚାହୁଁଛନ୍ତି ପ୍ରିୟଙ୍କା, ହେଲେ ଜିଲ୍ଲା ପ୍ରଶାସନ ଦେଉନାହାନ୍ତି ଅନୁମତି

ସିମଲା: କୋରୋନା କାଳରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସିମଲା ଯିବା ପାଇଁ ମିଳୁନି ଅନୁମତି । ସେ ସିମଲା ଯିବା ପାଇଁ ସେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ମାଗିଥିବାବେଳେ କିଛି ଦଲିଲର ଅଭାବ ହେତୁ ତାଙ୍କୁ ସିମଲା ଆସିବାକୁ ଅନୁମତି ମିଳୁନଥିବା ଜଣାପଡିଛି ।

କୁହାଯାଉଛି ଯେ ସେ ସିମଲାର ଛାବ୍ରାସ୍ଥିତ ତାଙ୍କ ଘରକୁ ଆସିବାକୁ ଚାହୁଁଛନ୍ତି । ଏଥିପାଇଁ ସେ କୋଭିଡ-ଇ ପାସ୍ ପଞ୍ଜିକରଣ ଅଧୀନରେ ଆବେଦନ କରିଛନ୍ତି । ଆବେଦନରେ ପ୍ରିୟଙ୍କା ଏବଂ ତାଙ୍କ ପିଲାମାନଙ୍କ ବ୍ୟତୀତ ମୋଟ 12 ଟି ନାମ ଅନ୍ତର୍ଭୂକ୍ତ କରାଯାଇଛି ।

ଆବେଦନରେ କିଛି ଡକ୍ୟୁମେଣ୍ଟର ଅଭାବ ଥିବାରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏପର୍ଯ୍ୟନ୍ତ ଆସିବାକୁ ଅନୁମତି ଦିଆଯାଇ ନାହିଁ । କୁହାଯାଉଛି ଯେ ତାଙ୍କ ସହ ଦିଲ୍ଲୀ, ଗୁରୁଗ୍ରାମ, ବେଙ୍ଗାଲୁରୁ ଏବଂ ନୋଏଡାର କିଛି ପରିବାର ବନ୍ଧୁ ତାଙ୍କ ସହ ସୀମଲା ଆସିବାକୁ ଚାହୁଁଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା 10 ରୁ 30 ଅଗଷ୍ଟ ପର୍ଯ୍ୟନ୍ତ ସିମଲା ଯିବା ପାଇଁ ଅନୁମତି ମାଗିଛନ୍ତି । ତେବେ ସିମଲା ଯିବା ପାଇଁ ହେଲେ ସାଙ୍ଗରେ ତାଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ପଡିବ । କୋରୋନା ଯାଞ୍ଚ ରିପୋର୍ଟ ସାଙ୍ଗରେ ନ ନେଲେ 14 ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିବ । ତେବେ ପ୍ରିୟଙ୍କା ଭଦ୍ରା ଜିଲ୍ଲା ପ୍ରଶାସନକୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଛାବ୍ରାସ୍ଥିତ ତାଙ୍କ ଘରେ ରହିବେ ଏବଂ ବାହାରକୁ ଯିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.