ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରେ ଚାଷୀ ଓ ଶ୍ରମିକଙ୍କ ଆତ୍ମହତ୍ୟା ନୂଆ ବିବାଦ ସୃଷ୍ଟି କରିଛି । ଗତ ଏକ ସପ୍ତାହ ମଧ୍ୟରେ ଏଠାରେ 4 ଜଣ ଚାଷୀ ଓ ଶ୍ରମିକ ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ମୃତକଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକ ଅଛନ୍ତି ଯେଉଁମାନେ ଅନ୍ୟ ରାଜ୍ୟରୁ ଫେରିଥିଲେ । ଏମାନଙ୍କ ଦୁଃଖ, କଷ୍ଟ, ରୋଜଗାର କଥା ଭୁଲିଯାଇଛନ୍ତି ଆଦିତ୍ୟନାଥ ସରକାର । ଲକ୍ଷ୍ନୌରେ ବସି ନିଜ ଅଧିକାରୀଙ୍କ ସହ କେବଳ ପରିସ୍ଥିତି ଠିକ୍ ଥିବା କହୁଛନ୍ତି ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ରାଜ୍ୟର ମ୍ୟାପକୁ ସଠିକ୍ ରୂପ ଦେବାରେ ବ୍ୟସ୍ତ । ହେଲେ ଦୁଃଖର କଥା ଏଥିରେ ଜୀବନ ହାରିଥିବା ଚାଷୀ ଓ ପ୍ରବାସୀ ଶ୍ରମିକଙ୍କୁ ସ୍ଥାନ ମିଳିନାହିଁ ବୋଲି କିଛି ମିଡିଆ ରିପୋର୍ଟ ସହ ଟ୍ବିଟ୍ କରି ପ୍ରିୟଙ୍କା ଜଣାଇଛନ୍ତି ।
ପ୍ରକାଶ ଥାଉ କି ନିକଟରେ ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଥିଲେ ପ୍ରିୟଙ୍କା । ୟୁପି ସହକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷାର ଟପ୍ପରକୁ ପୋଲିସ ଗିରଫ କରିଥିଲା । ଯାହା ଉପରେ କଂଗ୍ରେସ ନେତ୍ରୀ ଏହି ମନ୍ତବ୍ୟ ଦେଇଥିଲେ । ଦୁର୍ନୀତିଗ୍ରସ୍ତ ସରକାର ଏହି ସ୍କାମ୍ ବିରୋଧରେ କୌଣସି ଲୋକଙ୍କୁ ସ୍ବର ଉଠାଇବାକୁ ସୁଯୋଗ ଦେଉନାହାନ୍ତି ବୋଲି ସେ କହିଥିଲେ ।
ଚାଷୀ ଓ ଶ୍ରମିକଙ୍କ ମୃତ୍ୟୁ ନେଇ ଯୋଗୀଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ - ପ୍ରବାସୀ ଶ୍ରମିକ
ଗତ ଏକ ସପ୍ତାହ ମଧ୍ୟରେ ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡରେ 4 ଜଣ ଚାଷୀ ଓ ଶ୍ରମିକ ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।