ନୂଆଦିଲ୍ଲୀ: ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର କିଛି ଘଣ୍ଟା ପରେ କଂଗ୍ରେସ ମୁଖ୍ୟ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରବାସୀ ଶ୍ରମିକଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ପ୍ରିୟଙ୍କା ଲେଖିଛନ୍ତି ଯେ କେବଳ ବୁଦ୍ଧଙ୍କ ବାଣୀକୁ ଦୋହରାଇବା ଜରୁରୀ ନୁହେଁ, ଏହାର ପାଳନ କରିବା ମଧ୍ୟ ଜରୁରୀ ।
ସେ ଲେଖିଛନ୍ତି, ‘ଶ୍ରମିକମାନଙ୍କୁ ଗୁଜୁରାଟରୁ ଉତ୍ତରପ୍ରଦେଶ ଅଣାଯାଇଥିଲା। ଟଙ୍କା ମଧ୍ୟ ନିଆଗଲା । ଆଗ୍ରା ଓ ବରେଲି ଯାଉଥିବା ଲୋକଙ୍କୁ ଲକ୍ଷ୍ନୌ ଓ ଗୋରଖପୁରକୁ ଛାଡିଦିଆଗଲା । ଆଜି ହେଉଛି ବୁଦ୍ଧ ପୂର୍ଣ୍ଣିମା ଦିନ । ବୁଦ୍ଧଙ୍କ ସ୍ବର କରୁଣାର ସ୍ବର ଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆହୁରି ଲେଖିଛନ୍ତି, ପ୍ରବାସୀ ଶ୍ରମିକଙ୍କ ପ୍ରତି ଭଲ ବ୍ୟବହାର କରିବା ଆମର ପ୍ରୟାସ ହେବା ଉଚିତ୍।
ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆୟୋଜିତ ଏକ ଭର୍ଚୁଆଲ୍ ଇଭେଣ୍ଟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବୁଦ୍ଧଙ୍କୁ ଅନୁସରଣ କରି ଭାରତ ଆଜି ଦେଶ କିମ୍ବା ବିଦେଶରେ ସମସ୍ତଙ୍କୁ ସାହାଯ୍ୟ କରୁଛି। ଆମର ନିରନ୍ତର ସେବାଭାବ ରହିବା ଜରୁରୀ । ଅନ୍ୟପ୍ରତି କରୁଣା ରଖିବା ଆବଶ୍ୟକ ।