ETV Bharat / bharat

ନିଷ୍ପତ୍ତିରେ ଅଟଳ ପାଇଲଟ, 3 ଥର କଥା ହେଲେଣି ପ୍ରିୟଙ୍କା ଗାନ୍ଧୀ - priyank gandhi

ରାଜସ୍ଥାନ କଂଗ୍ରେସରେ ରାଜନୈତିକ ଉତ୍ତେଜନା ଶେଷ ହେବାର ନାଁ ନେଉନି । ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ରାଗି ଦିଲ୍ଲୀରେ ବସିଛନ୍ତି ଆଉ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି। ତେବେ ସଚିନ ପାଇଲଟ ତାଙ୍କ ମନୋଭାବରେ କୌଣସି ପରିବର୍ତ୍ତନ କରୁନାହାଁନ୍ତି।

ନିଷ୍ପତ୍ତିରେ ଅଟଳ ପାଇଲଟ
ନିଷ୍ପତ୍ତିରେ ଅଟଳ ପାଇଲଟ
author img

By

Published : Jul 14, 2020, 12:27 PM IST

ଜୟପୁର: ରାଜସ୍ଥାନ କଂଗ୍ରେସରେ ରାଜନୈତିକ ଉତ୍ତେଜନା ଶେଷ ହେବାର ନାଁ ନେଉନି । ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ରାଗି ଦିଲ୍ଲୀରେ ବସିଛନ୍ତି ଆଉ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି। ତେବେ ସଚିନ ପାଇଲଟ ତାଙ୍କ ମନୋଭାବରେ କୌଣସି ପରିବର୍ତ୍ତନ କରୁନାହାଁନ୍ତି। ଅନ୍ୟପକ୍ଷେ ସଚିନ ପାଇଲଟ ଦଳକୁ କହିଛନ୍ତି ଯେ ସେ କଂଗ୍ରେସ ବିଧାୟକ ଦଳ ବୈଠକକୁ ଯିବେ ନାହିଁ। ଏହାପୂର୍ବରୁ ସେ ସୋମବାରର ବୈଠକରେ ମଧ୍ୟ ଯୋଗ ଦେଇନଥିଲେ। କଂଗ୍ରେସ ପକ୍ଷରୁ ପାଇଲଟଙ୍କୁ ଅନୁରୋଧ କରାଯାଇଥିଲା ଯେ ତାଙ୍କ ସମର୍ଥକଙ୍କୁ ବୈଠକରେ ଉପସ୍ଥିତ ରହି ଆଲୋଚନା କରିବା ଉଚିତ୍ ।

ତେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଠାରୁ ସଚିନ ପାଇଲଟଙ୍କ ସହ 3 ଥର କଥା ହୋଇଛନ୍ତି। କିନ୍ତୁ ସଚିନ ଏପର୍ଯ୍ୟନ୍ତ ମନ ପରିବର୍ତ୍ତନ କରିନାହାଁନ୍ତି, ଏପରି ପରିସ୍ଥିତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ବୈଠକ ପରେ ସଚିନ ପାଇଲଟଙ୍କୁ ନେଇ ଦଳ ଚୂଡାନ୍ତ ନିଷ୍ପତ୍ତି ନେଇପାରେ। ପାର୍ଟି ହାଇକମାଣ୍ଡ ଏହି ପ୍ରସଙ୍ଗକୁ ଆଗକୁ ନେବାକୁ ଚାହୁଁନାହାଁନ୍ତି। ଏଭଳି ପରିସ୍ଥିତିରେ ସଚିନ ପାଇଲଟ ଓ କଂଗ୍ରେସ ମଧ୍ୟରେ ଦୂରତା ବଢୁଥିବା ଜଣାପଡିଛି।

ସୋମବାର କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କ ସହ ଅନେକ ଥର କଥା ହୋଇଛନ୍ତି। ତେବେ ସନ୍ଧ୍ୟା ସୁଦ୍ଧା ସଚିନ୍ ପାଇଲଟଙ୍କ ସମର୍ଥକ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ସେମାନେ କାହା ସହ କଥା ହୋଇନାହାଁନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ବିଧାୟକ ଦଳର ବୈଠକ ପରେ କଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷେ ସୋମବାର ପାଇଲଟ 5ଜଣ ବଡ ନେତା ଯଥା, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପି. ଚିଦାମ୍ବରମ୍, ଅହମ୍ମଦ ପଟେଲ, କେ ସି ବେନୁଗୋପାଳଙ୍କ ସହ ଆଲୋଚନା କରିଥିଲେ । ସମସ୍ତେ ପାଇଲଟଙ୍କୁ ଜୟପୁର ଯିବାକୁ କହିଥିଲେ ମାତ୍ର ପାଇଲଟ ଏବେ ଯାଏଁ ବି ନିଜ ମନ ପରିବର୍ତ୍ତନ କରିନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.