ETV Bharat / bharat

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନାହାଁନ୍ତି ସରକାର: ପୃଥ୍ବୀରାଜ ଚୌହାନ

author img

By

Published : Sep 3, 2020, 1:33 PM IST

ସଂସଦ ଅଧିବେଶନକୁ ନେଇ ମୋଦି ସରକାରଙ୍କ ଉପରେ ବିରୋଧୀଙ୍କ ଆକ୍ରମଣ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ ଆସନ୍ତା ସଂସଦ ଅଧିବେଶନରେ ପ୍ରଶ୍ନକାଳ ବାତିଲ ହେବା ନେଇ ପ୍ରଶ୍ନ ପଚାରିଛନ୍ତି ।

ପୃଥ୍ବୀରାଜ ଚୌହାନ
ପୃଥ୍ବୀରାଜ ଚୌହାନ

ନୂଆଦିଲ୍ଲୀ: ସଂସଦ ଅଧିବେଶନକୁ ନେଇ ମୋଦି ସରକାରଙ୍କ ଉପରେ ବିରୋଧୀଙ୍କ ଆକ୍ରମଣ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ ଆସନ୍ତା ସଂସଦ ଅଧିବେଶନରେ ପ୍ରଶ୍ନକାଳ ବାତିଲ ହେବା ନେଇ ପ୍ରଶ୍ନ ପଚାରିଛନ୍ତି ଓ କହିଛନ୍ତି ଯେ ବିରୋଧୀଦଳ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁ ନାହାଁନ୍ତି ।

କଂଗ୍ରେସ ନେତା କହିଛନ୍ତି, ‘ଅନ୍ତର୍ଜାତୀୟ ସଂସଦୀୟ ସଂଘ (ଆଇପିୟୁ) ତଥ୍ୟ ଅନୁଯାୟୀ, 105 ଟି ଦେଶର ସଂସଦ ମହାମାରୀ ସମୟରେ ମଧ୍ୟ ଅଧିବେଶନକୁ ଡକାଯାଇଛି । ରୁଷ ଓ ଭାରତର ସଂସଦ ଏପର୍ଯ୍ୟନ୍ତ କୌଣସି ଅଧିବେଶନ ଡାକିନଥିଲେ କାରଣ କୋରୋନା ବିଶ୍ବ ମହାମାରୀ ଭାବେ ଉଭା ହୋଇଛି ’ । ପୃଥ୍ବୀରାଜ ଚୌହାନ ତାଙ୍କ ପରବର୍ତ୍ତୀ ଟ୍ବିଟରେ କହିଛନ୍ତି ଯେ, ସମ୍ବିଧାନର ଧାରା 85 ଅନୁସାରେ ସଂସଦର ଶେଷ ବୈଠକର 6 ମାସ ମଧ୍ୟରେ ପରବର୍ତ୍ତୀ ବୈଠକ କରିବା ବାଧ୍ୟତାମୂଳକ ଅଟେ । ମାର୍ଚ୍ଚ 23 ରେ ସଂସଦ ବନ୍ଦ ହୋଇଯାଇଥିଲା ଓ ଏହାକୁ 22 ସେପ୍ଟେମ୍ବର ପୂର୍ବରୁ ଡାକିବା ଉଚିତ୍ ଥିଲା । ଅନିଚ୍ଛା ସତ୍ତ୍ବେ ନରେନ୍ଦ୍ର ମୋଦି 16 ସେପ୍ଟେମ୍ବରରେ ସଂସଦ ଡାକିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆସନ୍ତା ସଂସଦ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନକାଳ ଓ ବେସରକାରୀ ବିଲକୁ ବାତିଲ କରିଛନ୍ତି । କୋରୋନା ବିପର୍ଯ୍ୟୟ ମଧ୍ୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରତି ସପ୍ତାହରେ ହାଉସ ଅଫ୍ କମନ୍ସରେ ପ୍ରଶ୍ନକାଳର ସମ୍ମୁଖୀନ ହୋଇଥିଲେ । ବିରୋଧି ଦଳ ଦ୍ବାରା ପ୍ରଧାନମନ୍ତ୍ରୀ କୌଣସି ଯାଞ୍ଚ ଚାହୁଁନାହାଁନ୍ତ ’।

ପ୍ରକାଶଥାଉକି, ସଂସଦର ମୌସୁମୀ ଅଧିବେଶନ 14 ସେପ୍ଟେମ୍ବରରୁ 1 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ ସମୟରେ କୌଣସି ବିରତି ରହିବ ନାହିଁ । ଏହା ବ୍ରେକଲେସ୍ ଅଧିବେଶନ ହେବ । 14 ସେପ୍ଟେମ୍ବରରୁ 1 ଅକ୍ଟୋବର ପର୍ଯ୍ୟନ୍ତ ସମୁଦାୟ 18 ଟି ବୈଠକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.