ETV Bharat / bharat

କୋରୋନା ଯୋଦ୍ଧା ସାଜିଲେ କଏଦୀ, ପ୍ରସ୍ତୁତ କରୁଛନ୍ତି ଡିଜାଇନର ମାସ୍କ - Prisoners of Jammu district jail are making designer masks

ଜମ୍ମୁ ଜିଲ୍ଲା ଜେଲରେ ବନ୍ଦୀଥିବା କଏଦୀ ମାନେ କୋଭିଡ-19 ବିରୋଧ ଯୁଦ୍ଧରେ 'କରୋନା ଯୋଦ୍ଧା' ସାଜି ଡିଜାଇନର ମାସ୍କ ତିଆରି କରୁଛନ୍ତି । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧା ସାଜିଲେ କଏଦୀ, ପ୍ରସ୍ତୁତ କରୁଛନ୍ତି ଡିଜାଇନର ମାସ୍କ

author img

By

Published : Jul 1, 2020, 7:03 PM IST

ଶ୍ରୀନଗର: ଦେଶ ତଥା ବିଶ୍ବ ପରି କୋରୋନା ଭାଇରସ ଜମ୍ମୁରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି । କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ମାସ୍କର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ଲୋକଙ୍କ ଭିତରେ ଡିଜାଇନର ମାସ୍କର ଚାହିଦା ମଧ୍ୟ ବର୍ତ୍ତମାନ ବୃଦ୍ଧି ପାଇଛି । ଡିଜାଇନର ମାସ୍କର ଚାହିଦାକୁ ଦୃଷ୍ଟିରେ ରଖି ଜମ୍ମୁ ଜେଲ ବିଭାଗ ଏବେ ଜେଲରେ ଥିବା ଅନ୍ତେବାସୀଙ୍କ ଦ୍ବାରା ଏହି ମାସ୍କ ପ୍ରସ୍ତୁତ କରୁଛି ।

ଜମ୍ମୁ ଜିଲ୍ଲା ଜେଲରେ ବନ୍ଦୀମାନେ ଦିନ ରାତି ଏକ କରି ଏବେ ହାତ ସିଲେଇ ମେସିନରେ ଦ୍ରୁତ ଗତିରେ ମାସ୍କ ପ୍ରସ୍ତୁତ କରୁଛନ୍ତି । ଏହି କଏଦୀ ମାନେ କୋରୋନା ସଙ୍କଟ ସମୟରେ ଜଣେ ବୃତ୍ତିଗତ କାରିଗର ପରି ଏହି ମାସ୍କ ପ୍ରସ୍ତୁତ କରୁଛନ୍ତି ।

ଜେଲର ଅଧୀକ୍ଷକ ମିର୍ଜା ସଲିମ ବେଗଙ୍କ ଅନୁଯାୟୀ, ଏହି ଜେଲରେ ଦଣ୍ଡ ଭୋଗୁଥିବା ଅନ୍ତେବାସୀମାନେ ଅତି ସାଧାରଣ ମାସ୍କ ତିଆରି କରୁଥିଲେ ଯାହା ଜମ୍ମୁ କାଶ୍ମୀରର ବିଭିନ୍ନ ସରକାରୀ ବିଭାଗରେ ଯୋଗାଇ ଦିଆଯାଉଥିଲା । ଏହାକୁ ବଜାରରେ ମଧ୍ୟ ବିକ୍ରି କରା ହେଉଛି କିନ୍ତୁ ଏହି ସମୟରେ ଡିଜାଇନର ମାସ୍କ ର ଚାହିଦା ଅଧିକ ରହିଛି ଏବଂ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଜେଲର ଅନ୍ତେବାସୀମାନେ ଡିଜାଇନର ମାସ୍କ ମଧ୍ୟ ତିଆରି କରୁଛନ୍ତି ।

ଜେଲରେ ଏହି ମାସ୍କ ତିଆରି କରୁଥିବା ରାହତ ହାଫିଜ କହିଛନ୍ତି ଯେ, ଏହି ମାସ୍କଗୁଡ଼ିକର ବିଶେଷତ୍ୱ ​​ହେଉଛି ଯେ, ଏହାର ଗୁଣବତ୍ତା ତଥା ମୂଲ୍ୟରେ କୌଣସି ହ୍ରାସ ଘଟିବ ନାହିଁ। ଏହି ମାସ୍କର ମୂଲ୍ୟ 5 ଟଙ୍କାରୁ ଆରମ୍ଭ । ବିଶେଷ କଥା ହେଉଛି ଏହି ମାସ୍କ କୌଣସି ବ୍ରାଣ୍ଡେଡ ମାସ୍କ ଠାରୁ କମ ନୁହେଁ ।

ଏହା ସହିତ ଜମ୍ମୁ ଜେଲ ବିଭାଗ ମଧ୍ୟ ଜେଲରେ ପ୍ରସ୍ତୁତ ପୋଷାକ ସହିତ ମ୍ୟାଚିଙ୍ଗ ହେଉଥିବା ମାସ୍କ ପ୍ରସ୍ତୁତ କରୁଛି, ଯାହାର ଚାହିଦା ବଜାରରେ ବେଶ ଅଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.