ଚଣ୍ଡିଗଡ: ହରିୟାଣାର ସରକାରୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ଇକବାଲ ସିଂହ ସିଦ୍ଧୁଙ୍କୁ କିଛି ଅଜଣା ଦୃର୍ବୃର୍ତ୍ତ ମାଡ ମାରିଥିବା ଖବର ସାମ୍ନାକୁ ଆସିଛି । ଏ ଘଟଣା ସିସିଟିଭିରେ କଏଦ ହୋଇଛି । ଗୁରୁତର ପ୍ରିନ୍ସିପାଲଙ୍କୁ ନିକଟସ୍ଥ ହସ୍ପିଟାଲ ଭର୍ତ୍ତି କରାଯାଇଛି ।
ଏନେଇ ମିଳିଥିବା ଖବର ଅନୁସାରେ ତିଙ୍ଗାଓସ୍ଥିତ ସରକାରୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ଗୁରୁବାର ସକାଳ 11ଟା ବେଳେ ଫରିବାଦରୁ କଲେଜରୁ ଯାଉଥିଲେ । ଏହି ସମୟରେ ସେକ୍ଟର-9ରେ କିଛି ଦୁର୍ବୁର୍ତ୍ତ ତାଙ୍କ ଗାଡି ଆଗରେ ବାଇକ ରଖିଥିଲେ । ଏହାପରେ ତାଙ୍କୁ ମାରପିଟ କରିବା ସହ ଲୁହା ରଡରେ ନିର୍ଘାତ ପିଟିବା ସହ ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗି ଦେଇଥିଲେ।
ଏ ଘଟଣାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପ୍ରିନ୍ସିପାଲଙ୍କୁ ନିକଟସ୍ଥ ହସ୍ପିଟାଲ ଭର୍ତ୍ତି କରିଥିଲା । ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।