ETV Bharat / bharat

କେଦାରନାଥ ଧାମର ପୁନଃନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

author img

By

Published : Jul 15, 2020, 9:22 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କେଦାରନାଥ ଧାମରେ ​​ଚାଲିଥିବା ପୁନଃ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହ କେଦାରନାଥଙ୍କୁ ଡିଜିଟାଲ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

କେଦାରନାଥ ଧାମର ପୁନଃନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
କେଦାରନାଥ ଧାମର ପୁନଃନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କେଦାରନାଥ ଧାମରେ ​​ଚାଲିଥିବା ପୁନଃ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହ କେଦାରନାଥଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ 35 ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ କେଦାରନାଥଙ୍କ ପୀଠର ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ସାମିଲ ହୋଇଥିଲେ ।

ବୁଧବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଉପତ୍ୟକାରେ ପୁନଃନିର୍ମାଣ କାର୍ଯ୍ୟ ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ପଚାରି ବୁଝିଛନ୍ତି । କେଦାରନାଥ ଧାମ ପରିଦର୍ଶନ କରିବାକୁ ଆସୁଥିବା ଯାତ୍ରୀମାନଙ୍କର କୌଣସି ଅସୁବିଧା ନହେବା ପାଇଁ ସେ ଅନେକ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ବୈଠକରେ ରାଜ୍ୟ ସରକାର କେଦାରନାଥରେ ନିର୍ମାଣ ହେବାକୁ ଥିବା ସଂଗ୍ରହାଳୟ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୂଚନା ଦେଇଛନ୍ତି । ନିର୍ମାଣ ହେବାକୁ ଥିବା ସଂଗ୍ରହାଳୟ ନିର୍ମାଣ ଯୋଜନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଯାତ୍ରୀ ନିବାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ କେଦାରନାଥ ଉପତ୍ୟକାର ରାସ୍ତାରେ ବିଭିନ୍ନ ବାସ୍ତୁକଳାର ସ୍ଥାପତ୍ୟ ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମଧ୍ୟ ଯାତ୍ରା ମାର୍ଗ ଓ ଯାତ୍ରୀଙ୍କ ବ୍ୟବସ୍ଥା ସମ୍ପର୍କରେ ଅନେକ ପରାମର୍ଶ ଦେଇଛନ୍ତି ।

ସେହିପରି ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାର କହିଛନ୍ତି ଯେ, କେଦାରନାଥ ଉପତ୍ୟକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଗତ ଜୁନ 10ରେ ଅନୁଷ୍ଠିତ ଏକ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । ଯେଉଁଥିରେ ସରସ୍ବତୀ ନଦୀଘାଟ ନିର୍ମାଣ ଓ ଆସ୍ଥା ପଥ ନିର୍ମାଣ ପାଇଁ ଜୁନ 30 ପର୍ଯ୍ୟନ୍ତ ଟାର୍ଗେଟ ରଖାଯାଇଥିଲା । ତେବେ ଏହି ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି । କେଦାରନାଥ ଧାମରେ ​​ଚାଲିଥିବା ନିର୍ମାଣ କାର୍ଯ୍ୟ ସେପ୍ଟେମ୍ବର ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କୋରୋନା ଭାଇରସ ମହାମାରୀ କାରଣରୁ ଶ୍ରମିକ ଅଭାବ ଦେଖାଦେଇଥିଲା ବେଳେ ବର୍ତ୍ତମାନ ଏହା ସ୍ବାଭାବିକ ହୋଇଥିବା ଉତ୍ପଳ କୁମାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.