ETV Bharat / bharat

ଶପଥ ପୂର୍ବରୁ ଗାନ୍ଧୀ, ବାଜପେୟୀ ଓ ଶହୀଦଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : May 30, 2019, 9:16 AM IST

Updated : May 30, 2019, 9:51 AM IST

ଦ୍ବିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମହାତ୍ମା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଏବଂ ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦ୍ବିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମହାତ୍ମା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଏବଂ ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନରେନ୍ଦ୍ର ମୋଦି । ଗୁରୁବାର ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଏଥିପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ଯୁଗାନ୍ତକାରୀ ମହାପୁରୁଷ ଅଟଳ ବିହାରୀ ବାଜପେୟୀଙ୍କୁ ମୋଦି ମନେ ପକାଇଛନ୍ତି । ଦିଲ୍ଲୀସ୍ଥିତ ଅଟଳ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନରେନ୍ଦ୍ର ମୋଦି ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହାପରେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେହିପରି ଇଣ୍ଡିଆ ଗେଟ ନିକଟସ୍ଥ ନବନିର୍ମିତ ୱାର ମେମୋରିଆଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଠାରେ ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନରେନ୍ଦ୍ର ମୋଦି । ଏହି ସମୟରେ ଉପସ୍ଥିତ ଥିଲେ ସ୍ଥଳସେନା ମୁଖ୍ୟ ବିପିନ ରାୱତ, ନୌସେନା ମୁଖ୍ୟ ସୁନିଲ ଲାମ୍ବା ଏବଂ ବାୟୁସେନା ଉପମୁଖ ଆରକେଏସ ଭାଦୌରିଆ ।

ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଜେପି ନଡ୍ଡା, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଓ ଗିରିରାଜ ସିଂହଙ୍କ ଭଳି ଅନେକ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Intro:Body:

fsds

Conclusion:
Last Updated : May 30, 2019, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.