ETV Bharat / bharat

ଭର୍ଚୁଆଲ୍ ଦୁର୍ଗାପୂଜା ପାଳିବେ ମୋଦି, ଉତ୍ତର-ବଙ୍ଗ ଯିବେ ଅମିତ ଶାହା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ସକ୍ରିୟ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ପ୍ରସିଦ୍ଧ ଦୁର୍ଗା ପୂଜାରେ ଭାଗ ନେବେ।

ଭର୍ଚୁଆଲ୍ ଦୁର୍ଗାପୂଜା ପାଳିବେ ମୋଦି
ଭର୍ଚୁଆଲ୍ ଦୁର୍ଗାପୂଜା ପାଳିବେ ମୋଦି
author img

By

Published : Oct 10, 2020, 2:01 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ସକ୍ରିୟ ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ପ୍ରସିଦ୍ଧ ଦୁର୍ଗା ପୂଜାରେ ଭାଗ ନେବେ। 22 ଅକ୍ଟୋବରରେ ସେ ମେଗା ଭର୍ଚୁଆଲ୍ ଇଭେଣ୍ଟକୁ ସମ୍ବୋଧିତ କରିବେ । ବଙ୍ଗରେ ଦୁର୍ଗା ପୂଜା 21 ଅକ୍ଟୋବରରେ ଆରମ୍ଭ ହେବ ଏବଂ 25 ଅକ୍ଟୋବର ବା ବିଜୟଦଶମୀ ପର୍ଯ୍ୟନ୍ତ ପୂଜା ଚାଲିବ । ଷଷ୍ଠୀ ଗୁରୁତ୍ବପୂର୍ଣ୍ଣ କାରଣ ଏହାକୁ ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରାଯାଏ ।

ପଶ୍ଚିମବଙ୍ଗ ବିଜେପି ଦାୟିତ୍ବରେ ଥିବା କୈଳାଶ ବିଜୟଭର୍ଗିଆ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ମଧ୍ୟାହ୍ନ ପରେ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ କୋରୋନା ପ୍ରୋଟୋକଲର ଯତ୍ନ ନିଆଯିବ କାରଣ ଅଧିକାଂଶ ଲୋକ ଏହି ସମାଗମରେ ଲୁଟ୍ ଉଦ୍ଦେଶ୍ୟରେ ବୁଲିଥାନ୍ତି । ଆମେ ସେହି ପାଣ୍ଡାଲ ଗୁଡିକୁ ଚିହ୍ନଟ କରୁଛୁ ଯେଉଁଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପନ୍ନ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଷଷ୍ଠୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିବେ ’।

ପ୍ରକାଶଥାଉକି, ଗତ ବର୍ଷ ଗୃହମନ୍ତ୍ରୀ ଅମିତ ଶାହା ଦୁର୍ଗା ପୂଜାରେ ଭାଗ ନେବାକୁ ପଶ୍ଚିମବଙ୍ଗକୁ ଆସିଥିଲେ କିନ୍ତୁ ଚଳିତ ବର୍ଷ ଅକ୍ଟୋବର 17ରେ ସେ ଉତ୍ତର ପଶ୍ଚିମବଙ୍ଗ ଯାତ୍ରା କରିବେ । ଅମିତ ଶାହାଙ୍କ ଏହି ଦିନିକିଆ କାର୍ଯ୍ୟକ୍ରମରେ ଦଳର କର୍ମୀ ଏବଂ ନେତାମାନଙ୍କୁ ଭେଟିବେ ଓ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରାଯିବ। କୋରୋନାରୁ ସୁସ୍ଥ ହେବା ପରେ ଗୃହମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ରାଜନୈତିକ ଯୋଗଦାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.