ETV Bharat / bharat

ଜେଟଲୀଙ୍କ ଶ୍ରଦ୍ଧାଞ୍ଜଳି ସଭା, ସ୍ମରଣ କରି ଭାବୁକ ହେଲେ ମୋଦି - ଭାବୁକ ହେଲେ ମୋଦି

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ମୃତିରେ ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଭାବୁକ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶେଷ ସମୟରେ ବନ୍ଧୁଙ୍କୁ ଦେଖି ନପାରିବା ସବୁଦିନ ପାଇଁ ହୃଦୟରେ ବୋଝ ହୋଇ ରହିବ କହିଛନ୍ତି ସେ ।

ଫାଇଲ ଫଟୋଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 10, 2019, 7:43 PM IST

ନୂଆଦିଲ୍ଲୀ: ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମଙ୍ଗଳବାର ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବନ୍ଧୁଙ୍କୁ ସ୍ମରଣ କରି ଭାବୁକ ହୋଇ ପଡିଛନ୍ତି।

ନିଜ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଭଳି ଏମିତି ଏକ ଦିନ ଆସିବ ବୋଲି କେବେ କଳ୍ପନା କରି ପାରିନଥିବା ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଦୁହେଁ ଅନେକ ଦିନର ସାଙ୍ଗ ହୋଇଥିବା ବେଳେ ଅରୁଣଙ୍କୁ ଶେଷ ସମୟରେ ଦେଖି ପାରିଲି ନାହିଁ। ଯାହା ମୋ ହୃଦୟରେ ଏକ ବୋଝ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଯୋଗ ଦେଇଥିଲା। ଅନ୍ୟପଟେ ଏହି ସଭାରେ ବିରୋଧି ଦଳର ଶରଦ ପାଓ୍ବାର, ଅଭିଷେକ ମନୁ ସିଙ୍ଘଭୀ ଓ ସତୀଶ ମିଶ୍ରା ପ୍ରମୁଖ ନେତା ମଧ୍ୟ ଉପସ୍ଥିତ ଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.