ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସମସ୍ତ ମନ୍ତ୍ରୀଙ୍କୁ ସମୟ ଅନୁସାରେ ଅଫିସରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଘରେ ନୁହେଁ ଅଫିସରେ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୁଅନ୍ତୁ । ମନ୍ତ୍ରୀ ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି ମୋଦି ବୁଧବାର ମନ୍ତ୍ରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ମୋଦି ନିଜର ବରିଷ୍ଠ ମନ୍ତ୍ରୀଙ୍କୁ ନବ ନିର୍ବାଚିତ ମନ୍ତ୍ରୀ ଓ ସାଂସଦଙ୍କ ସହ ମିଶି କାମ କରିବାକୁ କହିଛନ୍ତି । ରାଜ୍ୟରେ ସାଂସଦଙ୍କ ମୁଖ୍ୟ ଭୂମିକା ରହିବା ସହ କ୍ୟାବିନେଟ୍ ମନ୍ତ୍ରୀ ସେମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରନ୍ତୁ । ଫଳରେ ଏହାର ଫାଇଦା ମିଳିବ । କାରଣ ମନ୍ତ୍ରୀ ଓ ସାଂସଦଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।
ଉଭୟ ମନ୍ତ୍ରାଳୟରେ ଏକାଠି ବସି 5 ବର୍ଷର ଏଜେଣ୍ଡା ପ୍ରସ୍ତୁତ କରନ୍ତୁ । ତେବେ ବୈଠକରେ ଉପସ୍ଥିତ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ମୋଦି ଗତ ସରକାରରେ ମଧ୍ୟ ବାରମ୍ବାର ମନ୍ତ୍ରୀପରିଷଦ ବୈଠକ ଡାକୁଥିଲେ । ସେ ନିଜ ସମସ୍ତ ମନ୍ତ୍ରୀଙ୍କ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ସେଗୁଡିକୁ ସାଧାରଣ ଲୋକଙ୍କୁ ଅବଗତ କରାଇବାର ଉପାୟ ମଧ୍ୟ ବୁଝାଉଥିଲେ ।