ମୁମ୍ବାଇ: ଜାମ୍ମୁକାଶ୍ମୀରରୁ ଧାରା 370 ଓ ଧାରା 35 ଏ ଉଚ୍ଛେଦ କରି କାଶ୍ମୀର ଉପତ୍ୟକାର ବାକ ସ୍ବାଧୀନତାକୁ ଛଡାଇନେଇଛନ୍ତି କେନ୍ଦ୍ର ସରକାର । ଖାସ କରି ସାମ୍ବାଦିକଙ୍କୁ ନିଜ ଲେଖା ପ୍ରକାଶ କରିବାର ସ୍ବାଧୀନତା ମିଳୁନଥିବା ଅଭିଯୋଗ କରିଛନ୍ତି ଜମ୍ମୁ-କାଶ୍ମୀରର ବରିଷ୍ଠ ସାମ୍ବାଦିକା ଅନୁରାଧା ଭାସିନ ।
ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଜମ୍ମୁ-କାଶ୍ମୀରର ସାମ୍ବାଦିକଙ୍କ ଦୁର୍ଦଶା ବର୍ଣ୍ଣନା କରିଛନ୍ତି ଅନୁରାଧା ଭାସିନ । ସେ କହିଛନ୍ତି, ଉପ୍ୟକାରେ ସାମ୍ବାଦିକଙ୍କୁ ପ୍ରତିଦିନ ସଂଙ୍ଘର୍ଷ କରିବାକୁ ପଡୁଛି । ସେମାନଙ୍କ ବାକ ସ୍ବାଧୀନତାକୁ ଛଡାଇ ନିଆଯାଇଛି । ଏପରିକି ନିଜ ଲେଖା ପ୍ରକାଶ କରିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉ ନାହିଁ । ଏହା ସହିତ ବର୍ତ୍ତମାନ ଘାଟିରେ ପ୍ରକାଶ ପାଉଥିବା ଖବରକୁ ମହତ୍ବହୀନ କହିଛନ୍ତି ଅନୁରାଧା ।