ETV Bharat / bharat

କାର୍ଗିଲ ବୀରଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ସାରା ଦେଶ ପାଳୁଛି 20ତମ କାର୍ଗିଲ ବିଜୟ ଦିବସ । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କାର୍ଗିଲ ବୀରଙ୍କୁ ସ୍ମରଣ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jul 26, 2019, 11:43 AM IST

ନୂଆଦିଲ୍ଲୀ: କାର୍ଗିଲ ବିଜୟକୁ ଆଜି ପୁରିଛି 20 ବର୍ଷ । ଏହି ଅବସରରେ ସାରା ଦେଶ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଶହୀଦ ଯବାନଙ୍କ ବୀରତ୍ବର ଗାଥାକୁ ମନେପକାଉଛନ୍ତି ଦେଶବାସୀ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୀର ଯବାନଙ୍କର ତ୍ୟାଗକୁ ସ୍ମରଣ କରିଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ‘ଏକ କୃତଜ୍ଞ ରାଷ୍ଟ୍ର ଭାବରେ ଏହା ହେଉଛି ଆମର ସଶସ୍ତ୍ର ବାହିନୀଙ୍କ ବୀରତାକୁ ମନେପକାଇବାର ଦିନ । ଏହି ଅବସରରେ ଭାରତକୁ ରକ୍ଷା କରୁଥିବା ବୀର ଯୋଦ୍ଧାଙ୍କୁ ମନେପକାଉଛି । ଆମେ ସମସ୍ତ ଶହୀଦଙ୍କ ପ୍ରତି ଆଜୀବନ ଋଣୀ ରହିବୁ ।’

kargil
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@rashtrapatibhvn

ଉପରାଷ୍ଟ୍ରପତି ବୀର ଯବାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଆପଣମାନଙ୍କ ବୀରତା ଆଜି ବି ଜନ ସ୍ମୃତିରେ ଜୀବନ୍ତ ହୋଇ ରହିଛି । ଯାହାକୁ ପରବର୍ତ୍ତୀ ପୀଢି ଶ୍ରଦ୍ଧାପୂର୍ବକ ସ୍ମରଣ କରିବେ । କୃତଜ୍ଞ ରାଷ୍ଟ୍ର ଅମର ଶହୀଦ, ବୀର ଯବାନ ଓ ସେମାନଙ୍କ ପରିବାରଙ୍କ ତ୍ୟାଗ ପାଇଁ ସମ୍ମାନ ଜଣାଉଛି ।’

vice president
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@VPSecretariat

ପ୍ରଧାନମନ୍ତ୍ରୀ କହିଛନ୍ତି, ‘କାର୍ଗିଲ ବିଜୟ ଦିବସରେ ମା ଭାରତୀଙ୍କ ବୀର ସୁପୁତ୍ରଙ୍କୁ ମୁଁ ହୃଦୟରୁ ବନ୍ଦନା କରୁଛି । ଏହି ଦିବସ ଆମକୁ ସୈନିକଙ୍କର ସାହସ, ବୀରତ୍ବ ଓ ସମର୍ପଣକୁ ମନେପକାଇଦେଉଛି । କାର୍ଗିଲ ବିଜୟ ଦିବସରେ ସେହି ପରାକ୍ରମୀ ଯୋଦ୍ଧାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଯେଉଁମାନେ ମାତୃଭୂମିର ରକ୍ଷା ପାଇଁ ନିଜର ସବୁକିଛି ତ୍ୟାଗ କରିଦେଇଛନ୍ତି ।’

pmo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@narendramodi
Prime Minister

ଏହି ଉକ୍ତି ସହ ମୋଦି କାର୍ଗିଲ ସ୍ମୃତି ସଂପର୍କିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ 1999 ମସିହା କାର୍ଗିଲ ସୈନିକଙ୍କ ସହ ଭେଟିବାର ଫଟୋକୁ ଟ୍ବିଟରରେ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ସେହି ସମୟରେ ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶ ପାଇଁ ଦଳ ପକ୍ଷରୁ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଛନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.