ETV Bharat / bharat

'ଅଶାନ୍ତି ସୃଷ୍ଟିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ' - independence ]day

74 ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କୋବିନ୍ଦ ।

'ଅଶାନ୍ତି ସୃଷ୍ଟିକାରୀଙ୍କୁ ରବଦାସ୍ତ କରାଯିବ ନାହିଁ'

author img

By

Published : Aug 14, 2020, 8:01 PM IST

Updated : Aug 14, 2020, 8:42 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । 74 ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କୋବିନ୍ଦ । ସ୍ବାଧୀନତା ଦିବସ ଅବସରରେ ଚୀନର ନାମ ନନେଇ ସୀମା ବିବାଦ ବିଷୟରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ବିଶ୍ବ ଏବେ ମହାମାରୀ କୋରୋନା ସହ ଲଢେଇ କରୁଛି । ଏହି ସମୟରେ ବିଶ୍ବ ସମୁଦାୟ ଏକାଠି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । କିନ୍ତୁ ଆମ ପଡ଼ୋଶୀ ଚତୁରତାର ସହିତ ଏହାର ବିସ୍ତାରବାଦୀ କାର୍ଯ୍ୟକଳାପରେ ଲାଗି ପଡିଛି ବୋଲି ସେ କହିଛନ୍ତି ।

'ଅଶାନ୍ତି ସୃଷ୍ଟିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ'

ଗଲୱାନ ଉପତ୍ୟକା ସଂଘର୍ଷରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କୋବିନ୍ଦ କହିଛନ୍ତି, ସୀମା ରକ୍ଷା କରି ଆମର ସାହସୀ ସୈନିକମାନେ ପ୍ରାଣ ହରାଇଲେ। ଭାରତ ମାର ସେହି ପୁଅମାନେ କେବଳ ଜାତୀୟ ଗର୍ବ ପାଇଁ ବଞ୍ଚନ୍ତି ଏବଂ ଏଥିପାଇଁ ନିଜ ଜୀବନ ଉତ୍ସର୍ଗ କରିଦିଅନ୍ତି । ଗଲୱାନ ଉପତ୍ୟକାର ବଳିଦାନକୁ ସମଗ୍ର ଦେଶ ମନେ ରଖିବ । ପ୍ରତ୍ୟେକ ଭାରତୀୟ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି କୃତଜ୍ଞତା ଜଣାଉଛନ୍ତି । ଆମେ ଶାନ୍ତିରେ ବିଶ୍ବାସ ରଖୁ । କିନ୍ତୁ ଯଦି କେହି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ ବୋଲି କୋବିନ୍ଦ କହିଛନ୍ତି ।

ଏହି ଅବସରରେ ସେ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ କୃତଜ୍ଞତାର ସହ ମନେ ପକାଇଛନ୍ତି । ସେମାନଙ୍କର ବଳିଦାନ ହେତୁ ଆଜି ଆମେ ସମସ୍ତେ ଏକ ସ୍ବାଧନ ଦେଶରେ ରହୁଛୁ ବୋଲି କୋବିନ୍ଦ କହିଛନ୍ତି । ସେ କହିଛନ୍ତି, ଆମ ସ୍ବାଧୀନତା ସଂଗ୍ରାମର ଆଦର୍ଶର ମୂଳଦୁଆ ଉପରେ ଆଧୁନିକ ଭାରତ ନିର୍ମାଣ କରାଯାଉଛି। ଆମର ଦୂରଦୃଷ୍ଟିସମ୍ପନ୍ନ ଜାତୀୟତାବାଦୀମାନେ ସେମାନଙ୍କର ବିବିଧ ଚିନ୍ତାଧାରାକୁ ଜାତୀୟତାର ସୂତ୍ରରେ ସୂତ୍ରିତ କରିଛନ୍ତି । ଦେଶକୁ ଅତ୍ୟାଚାରକାରୀ ବିଦେଶୀ ଶାସନରୁ ମୁକ୍ତ କରିବା ଏବଂ ଭାରତୀୟଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସେମାନଙ୍କର ପ୍ରତିବଦ୍ଧତା ଥିଲା। ସେମାନେ ନିଜର କାର୍ଯ୍ୟକଳାପ ମାଧ୍ୟମରେ ଏକ ଆଧୁନିକ ରାଷ୍ଟ୍ର ଭାବରେ ଭାରତର ପରିଚୟ ସୃଷ୍ଟି କରିଛନ୍ତି ବୋଲି କୋବିନ୍ଦ କହିଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇ କୋବିନ୍ଦ କହିଛନ୍ତି, ଆମେ ଭାଗ୍ୟବାନ ଯେ ମହାତ୍ମା ଗାନ୍ଧୀ ଆମ ସ୍ବାଧୀନତା ଆନ୍ଦୋଳନର ମାର୍ଗଦର୍ଶକ ଥିଲେ। ତାଙ୍କ ବ୍ୟକ୍ତିତ୍ବରେ ଜଣେ ସାଧୁ ଏବଂ ରାଜନେତାଙ୍କ ସମନ୍ବୟ ଦେଖାଯାଏ , ଯାହା କେବଳ ଭାରତ ମାଟିରେ ଦୃଶ୍ୟମାନ ହୁଏ । ସାମାଜିକ ଦ୍ବନ୍ଦ୍ବ, ଅର୍ଥନୈତିକ ସମସ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ପୁରା ବିଶ୍ବ ଗାନ୍ଧୀଙ୍କ ଶିକ୍ଷାରେ ଖୋଜିଥାଏ । ସମାନତା ଏବଂ ନ୍ୟାୟ ପ୍ରତି ତାଙ୍କ ପ୍ରତିବଦ୍ଧତା ଆମ ଗଣତନ୍ତ୍ରର ମୌଳିକ ମନ୍ତ୍ର । ଗାନ୍ଧିଜୀଙ୍କ ବିଷୟରେ ଯୁବ ପାଢିର କୌତୁହଳ ଏବଂ ଉତ୍ସାହ ଦେଖି ମୁଁ ବହୁତ ଖୁସି ବୋଲି କୋବିନ୍ଦ କହିଛନ୍ତି ।

ମହାମାରୀ କୋରୋନା ସ୍ବାଧୀନତା ଦିବସ ପାଳନରେ ବାଧା ସୃଷ୍ଟି କରିଥିବା ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି । ସେ କହିଛନ୍ତି, ଏହି ବର୍ଷ ପୂର୍ବପରି ଚମତ୍କାର ହେବ ନାହିଁ। କାରଣ ସମଗ୍ର ବିଶ୍ବ ଏକ ମାରାତ୍ମକ ଭୂତାଣୁ ସହ ଲଢୁଛି । ଯାହା ଦ୍ବାରା ବ୍ୟାପକ ଜୀବନ ନଷ୍ଟ ହୋଇଛି ଏବଂ ସମସ୍ତ ପ୍ରକାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏହି ବିଶ୍ବବ୍ୟାପୀ ମହାମାରୀ ଯୋଗୁଁ ଆମ ଜୀବନ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି କୋବିନ୍ଦ କହିଛନ୍ତି ।

ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଆସିଥିବା 'ଆମ୍ଫାନ୍' ଲଘୁଚାପ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି, ଏହାଦ୍ବାରା ବହୁ କ୍ଷୟକ୍ଷତି ହୋଇଥିଲା । ଏହା ଆମ ଚ୍ୟାଲେଞ୍ଜକୁ ଆହୁରି ବଢାଇଦେଇଥିଲା । ଏହି ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପରିଚାଳନା ଦଳ, କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥା ଏବଂ ସଚେତନ ନାଗରିକଙ୍କ ମିଳିତ ପ୍ରୟାସ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବାରୁ ରକ୍ଷା କଲା ବୋଲି ସେ କହିଛନ୍ତି ।

Last Updated : Aug 14, 2020, 8:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.