ETV Bharat / bharat

ଜଷ୍ଟିସ ବୋବଡେ ହେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି - ଜଷ୍ଟିସ ବୋବଡେ

ଜଷ୍ଟିସ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ବୋବଡେଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପ୍ରଦାନ । ଆସନ୍ତା 18ରେ ଶପଥ ନେବେ ବୋବଡେ ।

ଫାଇଲ ଫଟୋ
author img

By

Published : Oct 29, 2019, 12:00 PM IST

Updated : Oct 29, 2019, 12:39 PM IST

ନୂଆଦିଲ୍ଲୀ: ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରିବାର ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି । ଜଷ୍ଟିସ ବୋବଡେ 18 ନଭେମ୍ବରରେ ସିଜେଆଇ ଭାବେ ଶପଥ ନେବେ । ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ 17 ନଭେମ୍ବରରେ ଅବସର ନେଉଛନ୍ତି । ଜଷ୍ଟିସ ବୋବଡେ ଦେଶର 46ତମ ପ୍ରଧାନ ବିଚାରପତି ହେବେ ।

ନିୟମାନୁସାରେ ସିଜେଆଇ ରଞ୍ଜନ ଗୋଗୋଇ ଜଷ୍ଟିସ ବୋବଡେଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାମ ଜନ୍ମଭୂମି ବିବାଦରେ ଦୈନିକ ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ 5 ଜଣିଆ ଖଣ୍ଡପୀଠରେ ଜଷ୍ଟିସ ବୋବଡେ ସାମିଲ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Oct 29, 2019, 12:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.