ତିରୁପତି: ରାଷ୍ଟ୍ରପତି ରାମନଥ କୋବିନ୍ଦ ତିରୁମାଲା ଯାଇ ଭଗବାନ ଭେଙ୍କଟେଶ୍ବରଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ପହଞ୍ଚିବା ପରେ ତଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଇଏସଏଲ ନରସିଂହନ ଓ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା ।
ରେନିଗୁଣ୍ଟା ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ନିଜ ପରିବାର ସହ ତିରୁମାଲା ପାହାଡରେ ଥିବା ତିରୁଚନୁରର ଦେବୀ ପଦ୍ମାବତୀ ଓ କପିଲଥୀରମରେ ଶିବଙ୍କ ଦର୍ଶନ କରିବା ସହିତ ଭଗବାନ ଭେଙ୍କଟେଶ୍ବରଙ୍କ ପୂଜାର୍ଚ୍ଚନା କରିଥିଲେ ।
ତିରୁମାଲାରେ କିଛି ସମୟ ରହିବା ପରେ ରାଷ୍ଟ୍ରପତି ଚନ୍ଦ୍ରଯାନର ଲଞ୍ଚିଂ ସମୟରେ ଉପସ୍ଥିତ ରହିବା ପାଇଁ ଶ୍ରୀହରୀକୋଟା ଯିବାର କାର୍ଯ୍ୟକ୍ରମ ରହିଛି ।