ETV Bharat / bharat

ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ - ରାଜ୍ୟସଭା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । 17 ନଭେମ୍ବର 2019ରେ ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 16, 2020, 10:46 PM IST

Updated : Mar 16, 2020, 11:30 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। 17 ନଭେମ୍ବର 2019 ରେ ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ।

ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ

ମୁଖ୍ୟ ବିଚାରପତି ଭାବରେ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ପ୍ରାୟ ସାଢେ 13 ମାସ ଥିଲା । ଯେଉଁଥିରେ ସେ ରାମ ଜନ୍ମଭୂମି, ଟ୍ରିପଲ ତଲାକ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମେତ ମୋଟ 47 ଟି ନିଷ୍ପତ୍ତି ପ୍ରଦାନ କରିଥିଲେ।

3 ଅକ୍ଟୋବର 2018 ରେ ରଞ୍ଜନ ଗୋଗୋଇ ଭାରତର 46 ତମ ପ୍ରଧାନ ବିଚାରପତି ହୋଇଥିଲେ। ସେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ଗୋଗୋଇଙ୍କ ପୁଅ । ସେ 1978 ରେ ଓକିଲାତି ଆରମ୍ଭ କରିଥିଲେ। 2001 ରେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ । 2011 ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ ଏବଂ 23 ଏପ୍ରିଲ 2012 ରେ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ।

Last Updated : Mar 16, 2020, 11:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.