ନୂଆଦିଲ୍ଲୀ: ଆଜି ପବିତ୍ର ଦଶହରା । ଏହି ଅବସରରେ ଟ୍ବିଟ୍ କରି ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଶନିବାର ଦିନ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଥିଲେ ଯେ, ‘ଏହା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ । ଏହି ପୂଜା ଆମକୁ ସତ୍ୟ ମାର୍ଗରେ ଚାଲିବାକୁ ପ୍ରେରଣା ଦେଇଥାଏ ’। ଏହା ସହ ସେ ଭାରତବାସୀଙ୍କୁ ମଧ୍ୟରେ ସମୃଦ୍ଧତା କାମନା କରିଛନ୍ତି ।
ପୁରୁଣା କାଳରୁ ପାଳନ ହୋଇ ଆସୁଥିବା ଏହି ଦୁର୍ଗା ପୂଜା ସମଗ୍ର ଭାରତରେ ବିଶେଷ କରି ଭାରତର ପୂର୍ବ ଭାଗରେ ଦଶ ଦିନ ଧରି ପାଳନ କରାଯାଏ । ଏହି ପର୍ବ ଭାରତର ସାଂସ୍କୃତିକ ଏକତାକୁ ମଜବୁତ କରିଥାଏ । ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଏହି ମହୋତ୍ସବ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଜୀବନ ଏବଂ ମୂଲ୍ୟବୋଧ ସହିତ ମଧ୍ୟ ଜଡିତ ।
ଏହି ପର୍ବ ସମୟରେ ଭକ୍ତମାନେ ଶକ୍ତିର ଦେବୀ – ଦେବୀ ଦୁର୍ଗା, ଜ୍ଞାନର ଦେବୀ – ଦେବୀ ସରସ୍ବତୀ ଏବଂ ଧନର ଦେବୀ – ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ନାରୀମାନଙ୍କ ପ୍ରତି ଆମର ପରମ୍ପରାଗତ ସମ୍ମାନ ଏହି ଦୁର୍ଗା ପୂଜା ପର୍ବରେ ପ୍ରତିଫଳିତ ହୋଇଥାଏ । ଏହି ଅବସରରେ, ଆମେ ସମସ୍ତେ ଆମର ମହିଳାମାନଙ୍କୁ ସମ୍ମାନ ପ୍ରଦର୍ଶନ କରି ନାରୀଶକ୍ତିକୁ ସଶକ୍ତ କରିବା ପାଇଁ ଏକ ଦୃଢ ସଂକଳ୍ପ ନେବା ଉଚିତ । ତେବେ ଶରଦ ନବରାତ୍ରୀଙ୍କ ଦଶମ ଦିନକୁ ଦଶହରା କିମ୍ବା ବିଜୟା ଦଶମୀ ଭାବରେ ପାଳନ କରାଯାଏ ।
@ANI