ନୂଆଦିଲ୍ଲୀ: ତ୍ରୀରାଷ୍ଟ୍ରୀୟ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ରହିଛନ୍ତି ପତ୍ନୀ ସବିତା କୋବିନ୍ଦ । ତେବେ ରବିବାର ସଂନ୍ଧ୍ୟାରେ ରାଷ୍ଟ୍ରପତି ଆଇଶଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ ଏବଂ ସ୍ଲୋଭେନିଆ ଗସ୍ତରେ ଯାଇଛନ୍ତି ।
ଏହି ତିନି ଦେଶ ସହ ଭାରତର ଆର୍ଥିକ ଏବଂ ରାଜନୈତିକ ସମ୍ବନ୍ଧକୁ ମଜଭୁତ କରାଇବା ଲକ୍ଷ୍ୟ ରହିଛି । ତେବେ ସେପ୍ଟେମ୍ବର 9ରୁ 15 ଯାଏଁ ଥିବା ଏହି ଗସ୍ତରେ ରାଷ୍ଟ୍ରପତି 11 ତାରିଖରେ ସ୍ବିଜରଲ୍ୟାଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେପ୍ଟେମ୍ବର 15ରେ ରାଷ୍ଟ୍ରପତି ସ୍ଲୋଭେନିଆ ଗସ୍ତରେ ବାହାରିବେ ।