ETV Bharat / bharat

ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ଦାଦାସାହେବ ଫାଲକେ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

actor Soumitra Chatterjee
ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ
author img

By

Published : Nov 15, 2020, 4:09 PM IST

Updated : Nov 15, 2020, 6:22 PM IST

ନୂଆଦିଲ୍ଲୀ: ବିଶିଷ୍ଟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ରାଷ୍ଟ୍ରପତି ରାମାନାଥ କୋବିନ୍ଦ ସୌମିତ୍ର ଚାଟାର୍ଜୀଙ୍କ ବିୟୋଗରେ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଦାଦାସାହେବ ଫାଲକେ ଏବଂ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସୌମିତ୍ର ଚାଟାର୍ଜୀଙ୍କ ସିନେମା ଜଗତରେ ସାରା ଭାରତରେ ଏକ ପରିଚିତ ନାମ ଥିଲା । ସେ ଓସ୍କାର ବିଜେତା ତଥା ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ସହ ୧୪ ଟି ଫିଲ୍ମ କରିଛନ୍ତି । ସୌମିତ୍ର ଚାଟାର୍ଜୀ ୧୯୫୫ ମସିହାରେ ସତ୍ୟଜିତ୍ ରାୟଙ୍କ ଚଳଚ୍ଚିତ୍ର ‘ଅପୁର ସନ୍ସର୍’ରେ ଡେବ୍ୟୁ କରିଥିଲେ ।

actor Soumitra Chatterjee
ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସିନେମା ଜଗତ ତଥା ଭାରତଓ ପଶ୍ଟିମବଙ୍ଗର ସାମାଜିକ ଜୀବନରେ ଏହା ଏକ ବିରାଟ କ୍ଷତି ବୋଲି କହିଛନ୍ତି । ସେ ତାଙ୍କ କାର୍ଯ୍ୟମାଧ୍ୟମରେ ବଙ୍ଗୀୟ ସମ୍ପ୍ରଦାୟଙ୍କ ସମ୍ବେଦନଶୀଳତା, ଭାବନା ଏବଂ ନୈତିକତାକୁ ପରିପ୍ରକାଶ କରିଥିଲେ ବୋଲି ମୋଦି ଟ୍ବିଟ କରିଛନ୍ତି ।

ସେହିପରି କଂଗ୍ରେସ ନେତା ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧୀ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ କାର୍ଯ୍ୟକୁ ଦେଶବାସୀ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିବେ ବୋଲି ରାହୁଲ ଟ୍ବିଟ କରିଛନ୍ତି ।

ଚଳଚ୍ଚିତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସୌମିତ୍ର ଚାଟାର୍ଜୀଙ୍କୁ ୨୦୧୨ ରେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ସୂଚନାଥାଉକି ଦୀର୍ଘ ଏକ ମାସ ଧରି କୋଲକାତାର ବେଲେଭ୍ୟୁ ନର୍ସିଂହୋମରେ ଚିକିତ୍ସିତ ହେଉଥିବା ଚାଟାର୍ଜୀ 85 ବର୍ଷ ବୟସରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

Last Updated : Nov 15, 2020, 6:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.