ETV Bharat / bharat

କିଛି ସମୟ ପରେ ପହଞ୍ଚିବେ ଟ୍ରମ୍ପ, ସ୍ବାଗତ ପାଇଁ ପ୍ରସ୍ତୁତ ଅହମ୍ମଦାବାଦ

author img

By

Published : Feb 24, 2020, 9:21 AM IST

ନିଜ ପରିବାର ସହ ଆଜି(ସୋମବାର) ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତ ରହିଛି ଅହମ୍ମଦାବାଦ । ଅଧିକ ପଢନ୍ତୁ...

donald trump
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ନିଜ ପରିବାର ସହ ଆଜି(ସୋମବାର) ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବାହ୍ନ 11 ଟା 40 ମିନିଟ ସମୟରେ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିବେ । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ମଧ୍ୟ ଭାରତ ଆସୁଛନ୍ତି । ଭାରତୀୟ ସମୟ ଅନୁସାରେ ସେମାନେ ରବିବାର ସନ୍ଧ୍ୟା ସମୟରେ ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ଓ୍ବାନରେ ଉଡାଣ ଭରିଛନ୍ତି ।

donald trump
ଫଟୋ ସୌଜନ୍ୟ: ଏଏନଆଇ

ତେବେ ଟ୍ରମ୍ପଙ୍କ ଏହି ଯାତ୍ରା ପାଇଁ ସେ ଯେତିକି ଉତ୍ସାହିତ ଅଛନ୍ତି ଭାରତୀୟଙ୍କ ମଧ୍ୟରେ ବି ଏନେଇ ସେତିକି ଉତ୍ସୁକତା ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦକୁ ସମ୍ପୂର୍ଣ୍ଣ ରୂପରେ ନୂଆବୋହୂ ଭଳି ସଜା ଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଅହମ୍ମଦାବାଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିବେ । ଏହାପରେ ଉଭୟ ନେତା ଭବ୍ୟ ରୋଡ ଶୋ କରିବେ । ରୋଡ ଶୋ ପରେ ଟ୍ରମ୍ପ ନିଜ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ମୋଦିଙ୍କ ସହ ସାବରମତୀ ଆଶ୍ରମ ଯିବେ । ଏହାପରେ ମୋଟେରା ଷ୍ଟାଡିୟମରେ ଆୟୋଜିତ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ଯୋଗ ଦେବେ ଟ୍ରମ୍ପ । ଏହି କାର୍ଯ୍ୟକ୍ରମରେ ମୋଦି ଏବଂ ଟ୍ରମ୍ପ ମିଳିତ ଭାବରେ ଲୋକଙ୍କୁ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମରେ ପ୍ରାୟ 1 ଲକ୍ଷ ଦର୍ଶକ ଯୋଗ ଦେବାର ସମ୍ଭାବନା ରହିଛି । ଏହି କାର୍ଯ୍ୟକ୍ରମଟି ଗତ ବର୍ଷ ସେପ୍ଟେମ୍ବରରେ ହୋଷ୍ଟନରେ ଆୟୋଜିତ 'ହାୱଡି ମୋଦି' କାର୍ଯ୍ୟକ୍ରମ ଢାଞ୍ଚା ହେବ ।

donald trump
ଫଟୋ ସୌଜନ୍ୟ: ଏଏନଆଇ

ତେବେ ଟ୍ରମ୍ପଙ୍କ ଗସ୍ତକୁ ନେଇ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆମେରିକା ଗୁଇନ୍ଦା ଅଧିକାରୀ ଏବଂ ଭାରତର ସୁରକ୍ଷା ଅଧିକାରୀମାନେ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ମାର୍ଗରେ ଦେଖାଦେଉଥିବା ଯେକୌଣସି ସନ୍ଦିଗ୍ଧ ଡ୍ରୋନକୁ ମାରି ଖସାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ସହିତ ମାର୍ଗର ବିଭିନ୍ନ ସ୍ଥାନରେ ଆଣ୍ଟି ସ୍ନାଇପର ଟିମକୁ ନିୟୋଜିତ କରାଯାଇଛି । ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ପିଲାଠାରୁ ଆରମ୍ଭ କରି ବୃଦ୍ଧ ଏବଂ ମହିଳା ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକ ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି କରୁଛନ୍ତି । ସେପଟେ ଦର୍ଶକଙ୍କ ପାଇଁ ମଧ୍ୟ ବ୍ୟାପକ ସୁବିଧା ସୁଯୋଗ କରାଯାଇଛି । ମୋଟେରା ଷ୍ଟାଡିୟମ ବାହାରେ 16ଟି ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସ୍ଥାନରେ 3ଟି ଲେଖାଏଁ କର୍ମଚାରୀଙ୍କୁ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.