ETV Bharat / bharat

ସିକିମର ନୂଆ ସରକାର ଆଜି ନେବେ ଶପଥ - sikkim

ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାର ଅଧ୍ୟକ୍ଷ ପ୍ରେମ ସିଂହ ତୋମାଙ୍ଗ ଉର୍ଫ ପିଏସ ଗୋଲାୟ ସୋମବାର ସିକିମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ଗ୍ରହଣ କରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 27, 2019, 9:46 AM IST

ଗ୍ୟାଙ୍ଗଟକ: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସକେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂହ ତୋମାଙ୍ଗ ଓରଫ ପିଏସ ଗୋଲାୟ ସୋମବାର ସିକିମର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ପଲଜୋର ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।

ତେବେ ଗୋଲାୟ ଶନିବାର ନିଜ ନବ ନିର୍ବାଚିତ 17 ବିଧାୟକଙ୍କ ସହ ମିଶି ରାଜ୍ୟପାଳଙ୍କୁ ଭେଟିଥିଲେ ଏବଂ ରାଜ୍ୟରେ ନୂଆ ସରକାର ଗଠନ କରିବାର ଦାବି ଉପସ୍ଥାପନା କରିଥିଲେ । କିନ୍ତୁ ରାଜ୍ୟପାଳ ଗୋଲାୟଙ୍କ ମାମଲାରେ ଆଇନଗତ ରାୟ ଲୋଡିଥିଲେ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଏଥି ପାଇଁ ସମୟ ମାଗିଥିଲେ । କାରଣ ଗୋଲାୟ 2016ରେ ଏକ ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ । ତେବେ ଆଇନଗତ ରାୟ ପରେ ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ କରିବାକୁ ଅନୁମତି ଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ଏସକେଏମ୍‌ର ସ୍ଥାପନା 2013ରେ ହୋଇଥିଲା । 32 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ତାଙ୍କ ଦଳ 17ଟି ଆସନରେ ବିଜୟ ହୋଇ ପୂର୍ଣ୍ଣ ବହୁମତ ହାସଲ କରିଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.