ETV Bharat / bharat

କୋଭିଡ ହସ୍ପିଟାଲରେ ଅଘଟଣ, ସ୍ଲାବ ଖସି ଗର୍ଭବତୀ ମହିଳାଙ୍କ ମୃତ୍ୟୁ

author img

By

Published : Oct 5, 2020, 1:41 PM IST

ଆନ୍ଧ୍ରପ୍ରଦେଶ ଚିତୋର ଜିଲ୍ଲାର ତିରୁପତି ସିମ୍ସ କୋଭିଡ ହସ୍ପିଟାଲରେ ନିର୍ମାଣାଧୀନ ସ୍ଲାବ ଖସି ଛଅ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି।

ସ୍ଲାବ ଖସି ଗର୍ଭବତୀ ମହିଳାଙ୍କ ମୃତ୍ୟୁ
ସ୍ଲାବ ଖସି ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଅମରାବତୀ: ସ୍ଲାବ ପଡି 6 ମାସ ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ଆନ୍ଧ୍ରପ୍ରଦେଶ ଚିତୋର ଜିଲ୍ଲାର ତିରୁପତି ସିମ୍ସ କୋଭିଡ ହସ୍ପିଟାଲରେ ନିର୍ମାଣାଧୀନ ସ୍ଲାବ ଖସି ଛଅ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଏହି ହସ୍ପିଟାଲ ଏମରଜେନ୍ସି ୱାର୍ଡର ଉପର ମହଲାରେ ନୂଆ ନିର୍ମାଣ କାମ ଚାଲିଛି । ତେବେ ରବିବାର ମେଡିକାଲରେ ହଠାତ୍ ସ୍ଲାବ ଖସିପଡିଥିଲା । ସେହି ସମୟରେ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ ରାଧିକାଙ୍କ ଉପରେ ସ୍ଲାବ ଖସି ପଡିଥଲା । ଯେଉଁଥିରେ ରାଧିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ କୋଭିଡ ରୋଗୀ ଗୁରୁତର ଆହତ ହୋଇଛନ୍ତି।

ତେବେ କୋରୋନା ମହାମାରୀ କାରଣରୁ ଗର୍ଭବତୀ ଥିବା ରାଧିକା ସ୍ବେଚ୍ଛାକୃତ ଭାବରେ ଆସି ମେଡିକାଲରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ତାଙ୍କ ଏପରି ଅକାଳ ମୃତ୍ୟୁରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.