ETV Bharat / bharat

ପକ୍ଷାଘାତକୁ ପଛରେ ପକାଇଲା ପ୍ରେମ, ପ୍ରଣବଙ୍କ ହାତ ଧରିଲେ ଶାହନା - ପ୍ରେମରେ ଦୃଢ

ସମସ୍ତ ବାଧାବିଘ୍ନ ସତ୍ବେ ଶାହନା ତାଙ୍କ ପ୍ରେମରେ ଦୃଢ ଭାବରେ ଠିଆ ହୋଇଥିଲେ ଏବଂ ପ୍ରଣବଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ । ଅଧିକ ପଢନ୍ତୁ...

ଶାରୀରିକ ଅକ୍ଷମତା ସାଜିଲାନି ବାଧକ, ପ୍ରେମ ନିଚ୍ଛକ ଉଦାହରଣ ପ୍ରଣବ-ଶାହନା

author img

By

Published : Mar 4, 2020, 9:51 PM IST

ଥ୍ରୀସୁର: 1975 ରେ 'ଏକ ରେନକୋଟ୍' ନାମକ ଏକ ଆଲବମ୍ ଟ୍ରାକ ପାଇଁ ଗାୟକ-ଗୀତିକାର ଆଣ୍ଡି ଆର୍ଥର୍ସ ଲେଖିଥିଲେ, “ମୁଁ ତୁମ ମନ ପାଇଁ ତୁମକୁ ଭଲ ପାଏ” । ଆଉ ଏହି ଉକ୍ତିର ସଠିକ୍ ଅର୍ଥ ବୁଝିଥିଲେ ଶାହନା । ସେଥିପାଇଁ ତ ସମସ୍ତ ବାଧାବିଘ୍ନ ସତ୍ବେ ସେ ତାଙ୍କ ପ୍ରେମରେ ଦୃଢ ଭାବରେ ଠିଆ ହୋଇଥିଲେ ଏବଂ ପ୍ରଣବଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଶାରୀରିକ ଅକ୍ଷମତା ସାଜିଲାନି ବାଧକ, ପ୍ରେମ ନିଚ୍ଛକ ଉଦାହରଣ ପ୍ରଣବ-ଶାହନା

28 ବର୍ଷ ଯୁବକ ପ୍ରଣବଙ୍କ ଜୀବନ ସୀମିତ ଥିଲା ହ୍ବିଲ୍ ଚେୟାରରେ। ଛଅ ବର୍ଷ ତଳେ କେରଳର ପଟ୍ଟେପାଦାମ ନିକଟ କୁଥିରାଥାଡାମରେ ଏକ ବାଇକ୍ ଦୁର୍ଘଟଣା କାରଣରୁ ପ୍ରଣବ ଛାତି ତଳୁ ପକ୍ଷାଘାତର ଶିକାର ହୋଇଥିଲେ। ଦୀର୍ଘ ଏକ ବର୍ଷ ଧରି ନିରନ୍ତର ଚିକିତ୍ସା କରାଇଥିଲେ ।

ପ୍ରଣବ ମଧ୍ୟ ନିଜକୁ ନିରାଶ ନକରି ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯିବା ଆରମ୍ଭ କଲେ ତାଙ୍କର ସମସ୍ତ ଇଚ୍ଛା ତାଙ୍କର ସ୍ନେହୀ ବନ୍ଧୁମାନଙ୍କ ଦ୍ବାରା ପୂରଣ ହେଲା । ଥରେ ତାଙ୍କ ସାଙ୍ଗମାନେ ପ୍ରଣବଙ୍କୁ ଏକ ମନ୍ଦିରକୁ ନେଇ ଯାଇଥିଲେ ।

ଏହାସହ ସାଙ୍ଗମାନେ ତାଙ୍କ ହ୍ବିଲ ଚେୟାରରେ ବସି ମନ୍ଦିର ଉତ୍ସବରେ ଯୋଗ ଦେଉଥିବା ପ୍ରଣବଙ୍କ ଭିଡିଓ ଫେସବୁକରେ ଭାଇରାଲ ହୋଇଥିଲା। ପ୍ରଣବଙ୍କ ଏହି ଭିଡିଓଟି ଶାହନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​। ପରେ ସେ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ ଆଉ ପରେ ତାଙ୍କ ପ୍ରେମରେ ପଡିଗଲେ।

କିଛିଦିନ ପରେ ଶାହନା ତାଙ୍କ ପିତାମାତାଙ୍କୁ ପ୍ରଣବଙ୍କ ବିଷୟରେ ଜଣାଇଥିଲେ। ମାତ୍ର ପ୍ରଣବ ପକ୍ଷଘାତ କାରଣରୁ ଶାହାନାଙ୍କ ପରିବାର ଏହି ବିବାହକୁ ବିରୋଧ କରିଥିଲେ । କିନ୍ତୁ କଥାରେ ଅଛି ନା ପ୍ରେମ ଏସବୁର ଅନେକ ଉପରେ । ଶେଷରେ ପରିବାରର ବିରୋଧ ସତ୍ବେ ଥିରୁବନନ୍ତପୁରମର 19 ବର୍ଷୀୟା ଝିଅ ଶାହନା ଆଲୁର କାନନିକକାରାରେ ପ୍ରଣବଙ୍କ ଘରେ ପହଞ୍ଚି ଯାଇଥିଲେ।

ତେବେ ପ୍ରଣବ ଶାହନାଙ୍କୁ ପସନ୍ଦ କରୁଥିଲେ ମଧ୍ୟ ନିଜ ପକ୍ଷାଘାତ ପାଇଁ ତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ । ପ୍ରଣବଙ୍କ ପରିବାର ମଧ୍ୟ ଶାହାନାଙ୍କୁ ଅନେକ ବୁଝାସୁଝା କରିଥିଲେ । ମାତ୍ର ଶାହନା ନିଜ ଜିଦ୍‌ରେ ଅଟଳ ରହିଥିଲେ ।

ତା’ପରେ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଶାହନା ଯେପରି ଇଚ୍ଛା କରିଥିଲେ, ମଙ୍ଗଳବାର ଦିନ କୋଡୁଙ୍ଗାଲୁର ଆଲା ଶଙ୍କରା ନାରାୟଣ ମନ୍ଦିରରେ ପ୍ରଣବଙ୍କ ମାତା ସୁନୀତା ଓ ତାଙ୍କର କିଛି ସମ୍ପର୍କୀୟ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା।

ତାଙ୍କ ପିତା ମନପାରାମ୍ବିଲ ସୁରେଶ ବାବୁ ବିଦେଶରେ ଥିବାରୁ ସେ ଏହି ଉତ୍ସବରେ ଯୋଗ ଦେଇପାରିନଥିଲେ। ବର୍ତ୍ତମାନ ପ୍ରଣବ ତାଙ୍କର ପ୍ରେମ ଶାହନା ସହ ଖୁବ୍ ଖୁସିରେ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.