ETV Bharat / bharat

ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର: ଆର୍ମି ହସ୍ପିଟାଲ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ । ସେ କୋମା ଏବଂ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି ବୋଲି ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ରବିବାର କହିଛି ।

author img

By

Published : Aug 23, 2020, 12:21 PM IST

pranab mukharjee
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ନୂଆଦିଲ୍ଲୀ:ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ । ସେ କୋମା ଏବଂ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି ବୋଲି ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ରବିବାର କହିଛି ।

ଏକ ସ୍ବାସ୍ଥ୍ୟ ବୁଲେଟିନରେ ହସ୍ପିଟାଲ କହିଛି, ଆଜି ସକାଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ପରିଲିକ୍ଷିତ ହୋଇନାହିଁ । ସେ କୋମା ଏବଂ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି । ତାଙ୍କର ଗୁରୁତ୍ବପୂର୍ଣ୍ଣ ପାରାମିଟର ଗୁଡ଼ିକ ବର୍ତ୍ତମାନ ସ୍ଥିର ଅଛି।

ପ୍ରକାଶ ଥାଉକି, ଗତ ଅଗଷ୍ଟ 10ରେ ପ୍ରଣବ ମୁଖାର୍ଜୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ତାଙ୍କର ମେଡିକାଲରେ ଏକ ବ୍ରେନ ସର୍ଜରୀ କରାଯାଇଥିଲା । ସେବେଠାରୁ ସେ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.