ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ତାଙ୍କୁ ଦିଲ୍ଲୀର ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁସଫୁସ ସଂକ୍ରମଣ ହେତୁ ସେପ୍ଟିକ ଶକ ସ୍ଥିତି ଉପୁଜିଥିବା ଡାକ୍ତରଖାନାରୁ ସୂଚନା ମିଳିଛି। ଚଳିତ ମାସରେ ପ୍ରଣବ ମୁଖାର୍ଜୀଙ୍କ ବ୍ରେନ ସର୍ଜରୀ କରାଯାଇଛି, ଯାହା ପର ଠାରୁ ସେ କୋମାରେ ରହିଛନ୍ତି ।
ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ଦ୍ବାରା ଆଜି (ସୋମବାର) ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଗତ କିଛି ଦିନ ଅପେକ୍ଷା ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ଫୁସଫୁସରେ ସଂକ୍ରମଣ ହେବା ପରେ ସେପ୍ଟିକ ଶକ ଆରମ୍ଭ ହୋଇଥାଏ । ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ସେ ଏବେ ବି କୋମାରେ ଥିବାବେଳେ, ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ତେବେ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଅଗଷ୍ଟ 10 ତାରିଖରେ ତାଙ୍କୁ କୋରୋନା ହୋଇଥିବା ଲେଖି ଟ୍ବିଟ କରି ସୂଚନା ଦେଇଥିଲେ । ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା।