ETV Bharat / bharat

ନାଇଡୁଙ୍କ ବଙ୍ଗଳା ଉପରେ ଚଢିଲା ବୁଲଡୋଜର - cm

ରାତି ଅଧରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଅମଳରେ ନିର୍ମାଣ ହୋଇଥିବା 'ପ୍ରଜା ବେଦିକା' କୋଠା ଉପରେ ମାଡି ଯାଇଛି ବୁଲଡୋଜର।

ଡିଜାଇନ ଫଟୋ
author img

By

Published : Jun 26, 2019, 1:06 PM IST

ଅମରାବତୀ: ଭାଙ୍ଗିଲା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା। ରାତି ଅଧରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଅମଳରେ ନିର୍ମାଣ ହୋଇଥିବା 'ପ୍ରଜା ବେଦିକା' କୋଠା ଉପରେ ମାଡି ଯାଇଛି ବୁଲଡୋଜର। ସରକାରକୁ ଆସିବା ପରେ ଏହି କୋଠାକୁ ବେଆଇନ ଦର୍ଶାଇ କିଛିଦିନ ପୂର୍ବରୁ ବର୍ତ୍ତମାନର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ପାଇବା ପରେ ଗତକାଲି ରାତିରେ ହିଁ କୋଠା ଭାଙ୍ଗିବା କାମ ଆରମ୍ଭ ହୋଇଯାଇଛି। ଆଜି ସକାଳ ସୁଦ୍ଧା ପ୍ରଜା ବେଦିକାର ଅନେକ ଅଂଶ ଭାଙ୍ଗାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ବୁଲଡୋଜରରେ ଭଙ୍ଗାକାର୍ଯ୍ୟ ଚାଲିଛି । ଆସନ୍ତା ଦୁଇଦିନ ମଧ୍ୟରେ ସମ୍ପୁର୍ଣ୍ଣ ବଙ୍ଗଳାକୁ ଭାଙ୍ଗି ଦିଆଯିବ ।

୨୦୧୭ ମସିହାରେ କ୍ରିଷ୍ଣାନଦୀ କୂଳରେ ଚନ୍ଦ୍ରବାବୁ ନାଇଡୁଙ୍କ ଏହି 'ପ୍ରଜା ବେଦିକା’କୁ ପ୍ରାୟ ୫ କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା। ତେବେ କେବଳ ଚନ୍ଦ୍ରବାବୁ ନୁହନ୍ତି ଏଭଳି ବେଆଇନ ନିର୍ମାଣ ହୋଇଥିବା ସମସ୍ତ କୋଠାକୁ ଭାଙ୍ଗିବା ପାଇଁ ଜଗନ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.