ETV Bharat / bharat

ପଶ୍ଚିମବଙ୍ଗକୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଭେଟି; ରାଜ୍ୟକୁ ମିଳିଲା ପ୍ରଥମ ତୈଳ ଓ ଗ୍ୟାସ ସଂରକ୍ଷଣ କୂଅ

ଦୀର୍ଘଦିନର ଅପେକ୍ଷାର ଘଟିଲା ଅନ୍ତ । ଏବେ ପଶ୍ଚିମବଙ୍ଗରେ ଉତ୍ପାଦନ ହେବ ଅଶୋଧିତ ତୈଳ । ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାରେ ଏକ ତୈଳ ଓ ଗ୍ୟାସ ଉତ୍ପାଦନ କ୍ଷେତ୍ରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଏହା ରାଜ୍ୟରେ ପ୍ରଥମ ତୈଳ ଓ ଗ୍ୟାସ ସଂରକ୍ଷଣ ।

ପଶ୍ଚିମବଙ୍ଗକୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଭେଟି, ରାଜ୍ୟକୁ ମିଳିଲା ପ୍ରଥମ ତୈଳ ଓ ଗ୍ୟାସ ସଂରକ୍ଷଣ କୂଅ

author img

By

Published : Dec 20, 2020, 10:42 PM IST

କୋଲକାତା: ଦେଶ ପାଇଁ ବଡ ସଫଳତା । ଦୀର୍ଘଦିନର ଅପେକ୍ଷାର ଘଟିଲା ଅନ୍ତ । ଏବେ ପଶ୍ଚିମବଙ୍ଗରେ ଉତ୍ପାଦନ ହେବ ଅଶୋଧିତ ତୈଳ । ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାରେ ଏକ ତୈଳ ଓ ଗ୍ୟାସ ଉତ୍ପାଦନ କ୍ଷେତ୍ରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଏହା ରାଜ୍ୟରେ ପ୍ରଥମ ତୈଳ ଓ ଗ୍ୟାସ ସଂରକ୍ଷଣ । ଏହାଦ୍ବାରା ପଶ୍ଚିମବଙ୍ଗର ରାଜସ୍ବ ବୃଦ୍ଧି ପାଇବ ଏବଂ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପଶ୍ଚିମବଙ୍ଗକୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଭେଟି, ରାଜ୍ୟକୁ ମିଳିଲା ପ୍ରଥମ ତୈଳ ଓ ଗ୍ୟାସ ସଂରକ୍ଷଣ କୂଅ

ତେବେ ପଶ୍ଚିମବଙ୍ଗ ଗସ୍ତର ଅନ୍ତିମ ଦିନରେ ଏହାକୁ ଉଦଘାଟନ କରିବା ପରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ, କୋଲକାତା ଠାରୁ ପ୍ରାୟ 47 କିଲୋମିଟର ଦୂରରେ ଅବସ୍ଥିତ ପେଟ୍ରୋଲିୟମ ରିଜର୍ଭରୁ ଉତ୍ପାଦନ ଆରମ୍ଭ ହୋଇଛି । ଏବଂ ଏଠାରୁ ବାହାର କରାଯାଉଥିବା ତେଲ ଭାରତୀୟ ତୈଳ ନିଗମ (ଆଇଓସି) ର ହାଲଡିଆ ରିଫାଇନାରୀକୁ ପଠାଯାଉଛି ।

ସେ କହିଛନ୍ତି ଯେ ମହାନଦୀ-ବେଙ୍ଗଲ-ଆଣ୍ଡାମାନ (ଏମବିଏ) ବେସିନ ଅଧୀନରେ ଥିବା ଅଶୋକନଗର କ୍ଷେତ୍ର ବ୍ୟବସାୟିକ ଦୃଷ୍ଟିରୁ ସକ୍ଷମ ହୋଇଛି। ଅଶୋକନଗର ରିଜର୍ଭରେ ଆବିଷ୍କୃତ ଅଶୋଧିତ ତୈଳ ଉଚ୍ଚମାନର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଅଶୋକନଗର ତୈଳ କ୍ଷେତ୍ରର ଅନୁସନ୍ଧାନ ପାଇଁ ପବ୍ଲିକ ସେକ୍ଟର କମ୍ପାନୀ ONGC 3 ହଜାର 381 କୋଟି ଟଙ୍କା ଖର୍ଚ୍ଚ କରିଛି। OLAP ଅଧୀନରେ କମ୍ପାନୀ ଆଉ ଦୁଇଟି ତେଲ କୂଅ ଅନୁସନ୍ଧାନ କରିବ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ କହିଛନ୍ତି ଯେ ଏହା ଭାରତର ଅଷ୍ଟମ ହାଇଡ୍ରୋକାର୍ବନ ଉତ୍ପାଦନକାରୀ ବେସିନ୍‌ ହେବ । ଏବଂ ଖୁବ ଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ଯୋଜନାର ଏକ ଅଂଶ ଭାବରେ ONGC ତୈଳ ଉତ୍ପାଦନ ଆରମ୍ଭ କରି ଏହି ଦିଗରେ ପଦକ୍ଷେପ ନେଇଛି। ବାଣିଜ୍ୟିକ ଭାବରେ ହାଇଡ୍ରୋକାର୍ବନ୍ ପ୍ରକଳ୍ପ ଆରମ୍ଭ କରିବାକୁ କେନ୍ଦ୍ର ନିର୍ଦ୍ଦେଶାବଳୀ ଜାରି କରିଛି।

ହାଇଡ୍ରୋକାର୍ବନ୍ସର ମହାନିର୍ଦ୍ଦେଶକ କହିଛନ୍ତି ଯେ ଏହି କ୍ଷେତ୍ର ବିକାଶ ଯୋଜନା ତଥା ଅନ୍ୟାନ୍ୟ ଅମଲାତାନ୍ତ୍ରିକ ପ୍ରକ୍ରିୟା ପାଇଁ ସରକାରୀ ଅନୁମୋଦନ ବିନା କମ୍ପାନୀଗୁଡିକ ଆବିଷ୍କୃତ ତୈଳ ଏବଂ ଗ୍ୟାସ କ୍ଷେତ୍ରରୁ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିପାରିବେ। ସେପଟେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 2022 ସୁଦ୍ଧା ତୈଳ ଆମଦାନୀକୁ 10 ପ୍ରତିଶତ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ସମର୍ଥନ କରିବା ଦିଗରେ ଏହା ଏକ ପଦକ୍ଷେପ। ଏହି ଅବସରରେ କମ୍ପାନୀର ଅନ୍ୟ ନିର୍ଦ୍ଦେଶକଙ୍କ ସହ ONGC ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଶଶି ଶଙ୍କର ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.