ETV Bharat / bharat

ଅତୁଲ୍ୟ ଭାରତ: କେନ୍ଦ୍ରମନ୍ତ୍ରୀଙ୍କୁ ହରାଇ ପିଇଟି ଟିଚର ହେଲେ ସାଂସଦ - andhra

ଲୋକସଭାକୁ ନିର୍ବାଚିତ ହୋଇଥିବା 542 ସାଂସଦଙ୍କ ମଧ୍ୟରୁ 475 ସାଂସଦ କୋଟିପତି । କିନ୍ତୁ ନିର୍ବାଚନରେ ଜିତିଥିବା ଏପରି କିଛି ସାଂସଦ ଅଛନ୍ତି ଯେଉଁମାନେ ଗରିବ । ବିପିଏଲ କାର୍ଡରେ ଘର ଚଳାନ୍ତି ।

ଡିଜାଇନ ଫଟୋ
author img

By

Published : May 27, 2019, 12:41 PM IST

Updated : May 27, 2019, 12:53 PM IST

ଅମରାବତୀ: ସପ୍ତଦଶ ଲୋକସଭା ନିର୍ବାଚନରେ ଧନୀଶ୍ରେଣୀର ସାଂସଦଙ୍କ ସଂଖ୍ୟା ସର୍ବାଧିକ ରହିଛି । ଲୋକସଭାକୁ ନିର୍ବାଚିତ ହୋଇଥିବା 542 ସାଂସଦଙ୍କ ମଧ୍ୟରୁ 475 ସାଂସଦ କୋଟିପତି । ତେବେ ଗରିବ ଶ୍ରେଣୀର ଏପରି କିଛି ସାଂସଦ ଅଛନ୍ତି ଯେଉଁମାନେ ନିର୍ବାଚନ ଜିତିଛନ୍ତି । ଏମାନେ ନା ତ କୋଟିପତି ନା ଅଛି ତାଙ୍କ ପାଖରେ ଧନ । ଆନ୍ଧ୍ର ପ୍ରଦେଶର ବାପଟଲା ଲୋକସଭା ଆସନରୁ ୱାଇଏସଆର କଂଗ୍ରେସର ନନ୍ଦିଗ୍ରାମ ସୁରେଶ କିସାନ ବିଜୟ ହାସଲ କରିଛନ୍ତି ।

ସୁରେଶ କିସାନ କଦଳୀ ଚାଷ କରନ୍ତି । ତାଙ୍କ ଗାଁରେ 2 ଏକର ଜମି ଅଛି । ଯାହା ଦ୍ବାରା ତାଙ୍କର ସମ୍ପୂର୍ଣ୍ଣ ଘରେ ଚଳେ । ନିଜ ଘର ଚଳାଇବା ପାଇଁ ସୁରେଶ ଫଟୋଗ୍ରାଫି ମଧ୍ୟ କରନ୍ତି । ସେ ଜଣେ ବିପିଏଲ କାର୍ଡଧାରୀ । ଆରକୁର ନୂତନ ସାଂସଦ ଗୋଦ୍ଦେତୀ ମାଧବୀଙ୍କ କାହାଣୀ ମଧ୍ୟ ସେହିପରି । ମାଧବୀ ସମ୍ବିଦାରେ ଶାରୀରିକ ଶିକ୍ଷା ଦିଅନ୍ତି । 28 ବର୍ଷିୟା ମାଧବୀ ପୂର୍ବ ବିଧାୟକ ଜି. ଦେମୁଦେଙ୍କର ଝିଅ । ଆଉ ଦେଶର ସବୁଠୁ ଯୁବା ସାଂସଦ ମାନଙ୍କଠାରୁ ସେ ଅନ୍ୟତମ । ନିର୍ବାଚନ ଆୟୋଗଙ୍କ ନିକଟରେ ତାଙ୍କର ଆୟ 1.4 ଲକ୍ଷ ଟଙ୍କା ଦର୍ଶାଇଛନ୍ତି ।

ସେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରୁ 6 ଥର ସାଂସଦ ରହିଆସିଛନ୍ତି । ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କିଶୋର ଚନ୍ଦ୍ର ଦେବଙ୍କୁ 2,24,098 ଭୋଟର ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ପଛୁଆ ବର୍ଗରୁ ଆସିଥିବା ଗୋରନ୍ତଲା ମାଧବ ପୋଲିସ ବିଭାଗର ସର୍କଲ ଅଧିକାରୀ ଥିଲେ । ସେ ନିର୍ବାଚନ ପୂର୍ବରୁ ନିଜର ପୋଲିସ ପଦ ଛାଡି ହିନ୍ଦୁପୁରା ଆସନରୁ ୱାଇଏସଆରସିପି ଟିକେଟରେ ବିଜୟ ଲାଭ କରିଛନ୍ତି ।

Intro:Body:

dfgg

Conclusion:
Last Updated : May 27, 2019, 12:53 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.