ନୂଆଦିଲ୍ଲୀ: ଚୀନ ବିରୋଧରେ ଦେଶରେ କ୍ରୋଧର ବାତାବରଣ ଦିନକୁ ଦିନ ବଢିବାରେ ଲାଗିଛି। ଏହି କ୍ରମରେ ଶକ୍ତି ମନ୍ତ୍ରୀ ଆରକେ ସିଂ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି।
ଆରକେ ସିଂ କହିଛନ୍ତି, ଯେଉଁ ଦେଶ ଆମ ଯବାନଙ୍କୁ ମାରିଛନ୍ତି ଏବଂ ଆମ ଜମିକୁ ହଡପ କରିବାକୁ ବସିଛି ସେ ଦେଶର କୌଣସି ସାମଗ୍ରୀ କିଣିବାକୁ ଅନୁମତି ଦିଆଯିବ ନାହିଁ । ଏହା କରି ଆମେ ଚୀନରେ ରୋଜଗାର ସୃଷ୍ଟି କରୁଛୁ ଯାହା ଗ୍ରହଣୀୟ ନୁହେଁ ।
ଚୀନ୍ରୁ ବୈଦ୍ୟୁତିକ ଉପକରଣ ଯୋଗାଣ ସମ୍ପର୍କରେ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ସହ ହୋଇଥିବା ଏକ ବୈଠକରେ ଆଲୋଚନାରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ଆମେ ଚୀନ ଏବଂ ପାକିସ୍ତାନରୁ ବିଜୁଳି ଉପକରଣ କିଣିବାକୁ ବନ୍ଦ କରିବାକୁ ଚାହୁଁଥିବା ଶକ୍ତି ମନ୍ତ୍ରୀ ସିଧାସଳଖ କହିଛନ୍ତି । ଏପରି ଉପକରଣ ଯାହା ଭାରତରେ ତିଆରି ହେଉଛି ତାହା ସେମାନଙ୍କ ଠାରୁ କିଣାଯିବା ବନ୍ଦ ହେବା ଦରକାର । ଆମଦାନୀ ବନ୍ଦ କରିବା ପାଇଁ ଚୀନ୍ ଏବଂ ପାକିସ୍ତାନକୁ ‘ପ୍ରାଥମିକ ରେଫରେନ୍ସ’ ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯିବ। ଏହି ଦେଶଗୁଡିକରୁ କୌଣସି ସାମଗ୍ରୀ କିଣିବାକୁ ହେଲେ ପ୍ରଥମେ ସରକାରୀ ଅନୁମତି ନେବାକୁ ପଡିବ ।
ପ୍ରକାଶ ଥାଉକି, ଗତ ଜୁନ୍ 15 ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ ଚୀନ ବିରୋଧରେ ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 59ଟି ଚାଇନା ଆପକୁ ବ୍ୟାନ କରିଛନ୍ତି ।