ETV Bharat / bharat

ଅନ୍ଧାରରେ କୁମ୍ଭାରଙ୍କ ଭବିଷ୍ୟତ, ଚାଇନା ଆଲୁଅରେ ହଜୁଛି ଦୀପ

author img

By

Published : Oct 20, 2019, 1:45 PM IST

ମାଟି ପାତ୍ର ତିଆରି କରିବାରେ ମୁହଁ ଫେରାଉଛନ୍ତି ନୂତନ ପିଢି । କ୍ୟାଣ୍ଡେଲ ଓ ଚାଇନା ଲାଇଟ୍ସ ଯୋଗୁଁ କମୁଛି ମାଟି ଦୀପର ଚାହିଦା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ଯେଉଁ ହାତ ଦିନେ ଅନ୍ୟର ଘରେ ଆଲୋକ ଜଳିବା ନେଇ ଦୀପ ପ୍ରସ୍ତୁତ କରୁଥିଲା । ଆଜି ସେ ନିଜ ଘର ପାଇଁ ଦୁଇ ଓଳିର ଖାଇବା ଯୋଗାଡ କରିବାରେ ମଧ୍ୟ ଅସମର୍ଥ ଅଟେ । ଇଲେକ୍ଟ୍ରିକ ଲାଇଟସ ଏହି କାରିଗରଙ୍କ ଘର ଅନ୍ଧାର କରିବାର ମୁଖ୍ୟ କାରଣ ପାଲଟିଛି ।

ଛତିଶଗଡର ଦାନ୍ତେଓ୍ବାଡାରେ ଏକ ପଞ୍ଚାୟତ ଏପରି ରହିଛି, ଯେଉଁଠି ଅନେକ ପିଢି ଧରି ମାଟିର ପାତ୍ର ତିଆରି ଚାଲିଛି । କିନ୍ତୁ ଏବେ ସେମାନଙ୍କ ସ୍ଥିତି ଅତି ଦୟନୀୟ ଅଟେ । ଏବେ ମାଟିର ଦୀପ ପ୍ରସ୍ତୁତ କରିବାକୁ ମଧ୍ୟ ସେମାନଙ୍କ ପାଖରେ ସମ୍ଭବ ନୁହଁ । କାହିଁକି ନା ପୂର୍ବ ଭଳି ଏବେ ମାଟିର ପାତ୍ର କିମ୍ବା ଦୀପର ଚାହିଦା ଆଉ ନାହିଁ ।

କୁମ୍ଭାରରାସରେ ରହୁଥିବା ଜଣେ ବୟସ୍କ କୁମ୍ଭକାର କହିଛନ୍ତି ଯେ, ଏବେ ଲୋକମାନେ କେବଳ ନାଁକୁ ମାଟି ଦୀପ ଆବଶ୍ୟକ ଥିବାରୁ କିଣି ନେଉଛନ୍ତି । ନିକଟରେ କରଓ୍ବାଚୌଥ ବ୍ରତ ପାଇଁ ମଧ୍ୟ ଅନେକ ମହିଳା ରୀତି ନିୟମ ପାଇଁ ଦୀପ କିଣିକି ନେଲେ । ହେଲେ ଏଥିରେ ଆମ ପରିବାର ଭରଣ ପୋଷଣ ହେବା ଅସମ୍ଭବ ।

ଏହି ଅଞ୍ଚଳରେ ରହୁଥିବା କୁମ୍ଭାରମାନେ ପିଢି ଧରି ପିଢି ମାଟିର ପାତ୍ର ପ୍ରସ୍ତୁତ କରୁଛନ୍ତି । କିନ୍ତୁ ନୂତନ ପିଢି ଏଥିରେ ମନଯୋଗ ଦେଉନାହାଁନ୍ତି । ଏହାର କାରଣ ହେଉଛି ଏହି କାମରେ ପରିଶ୍ରମ ଅଧିକ କିନ୍ତୁ ପରିଶ୍ରମ ହିସାବରେ ମୂଲ୍ୟ ମିଳୁନି ଆଉ ଆମଦାନୀ ମଧ୍ୟ କମ ରହୁଛି । 10 ବର୍ଷ ପୂର୍ବେ ଦୀପାବଳିର ଚାହିଦା ବେଶ ଥିଲା । କିନ୍ତୁ ଏବେ କ୍ୟାଣ୍ଡେଲ ଓ ଚାଇନା ଲାଇଟ୍ସ ଯୋଗୁଁ ମାଟି ଦୀପର ଚାହିଦା ବେଶ କମ ରହୁଛି ।

Intro:Body:

y

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.