ETV Bharat / bharat

ମୁମ୍ବାଇ ମ୍ୟୁନିସିପାଲଟିର ‘ଖାଲ ସହ ସେଲ୍ଫି ଅଭିଯାନ’: ରାସ୍ତା ମରାମତି ହେବ, ପୁରସ୍କାର ମିଳିବ - Mumbai municipal corporation

ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏସମି) ପକ୍ଷରୁ ଏଭଳି ଏକ ସଚେତନତାଧର୍ମୀ ବାର୍ତ୍ତା ଦେବା ପାଇଁ ନିଆରା ଚ୍ୟାଲେଞ୍ଜ ଦେଇଛି । ଏହାର ନାମ ରଖାଯାଇଛି ‘ପୋଥହୋଲ ଚ୍ୟାଲେଞ୍ଜ 2019’ । ଖାଲଖମାରେ ଭର୍ତ୍ତି ରାସ୍ତା ସହ ସେଲ୍ଫି ଉଠାଇ ପଠାଇଲେ ପୁରସ୍କୃତ କରିବ ବିଏମସି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 1, 2019, 10:03 PM IST

ମୁମ୍ବାଇ: ମୁମ୍ବାଇ ମହାନଗର ନିଗମର ଅଭିନବ ଅଭିଯାନ । ଖାଲଖମାରେ ଭର୍ତ୍ତି ରାସ୍ତା ସହ ସେଲ୍ଫି ଉଠାଇ ପଠାଇଲେ ପୁରସ୍କୃତ କରିବ ବିଏମସି। ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏସମି) ପକ୍ଷରୁ ଏଭଳି ଏକ ସଚେତନତାଧର୍ମୀ ବାର୍ତ୍ତା ଦେବା ପାଇଁ ନିଆରା ଚ୍ୟାଲେଞ୍ଜ ଦେଇଛି । ଏହାର ନାମ ରଖାଯାଇଛି ‘ପୋଥହୋଲ ଚ୍ୟାଲେଞ୍ଜ 2019’ । ଏହି ଚ୍ୟାଲେଞ୍ଜରେ ଭାଗ ନେଲେ ମୁମ୍ବାଇ ପୋଲିସ 500 ଟଙ୍କାର ଅର୍ଥ ରାଶି ପୁରସ୍କାର ସ୍ବରୁପ ପ୍ରଦାନ କରିବ ।

Pothole Challenge 2019
ଫଟୋ ସୌଜନ୍ୟ: ଟ୍ବିଟର@mybmc

ବିଏମସି ଏଥିପାଇଁ ଏକ ମୋବାଇଲ ଆପ୍‌ର ବ୍ୟବସ୍ଥା କରିଛି । ‘Fixit app’ରେ ଖରପା ରାସ୍ତା ଫଟୋ ଉଠାଇ ଅପଲୋଡ କରିବା ଏହି ଚ୍ୟାଲେଞ୍ଜରେ ଭାଗ ନେଇପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏହାସହ ସେଲ୍ଫି ନେଇଥିବା ‘ଖାଲ’ ଅତିକମରେ ଗୋଟିଏ ଫୁଟ ଲମ୍ବ ଓ 1 ଇଞ୍ଚ ଗଭୀର ହୋଇଥିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ଏହି ଚ୍ୟାଲେଞ୍ଜ ନଭେମ୍ବର 1 ତାରିଖରୁ 7 ଯାଏଁ ରଖାଯାଇଛି ।

Pothole Challenge 2019
ଫଟୋ ସୌଜନ୍ୟ: ଟ୍ବିଟର@mybmc

ବିଏମସିର ସର୍ତ୍ତାବଳୀ ଅନୁସାରେ ଜଣେ ବ୍ୟକ୍ତି କେବଳ ଦୁଇଟି ଖରାପ ରାସ୍ତା ସହ ସେଲ୍ଫି ଉଠାଇ ଅପଲୋଡ କରି ପାରିବ । ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ 500 ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ବିଏମସି ପକ୍ଷରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ଏହାସହ 24 ଘଣ୍ଟା ଭିତରେ ମରାମତି କରିବ ବିଏମସି ବୋଲି କୁହାଯାଇଛି । ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ବିଏମସି ନିଜ ଅଫିସିଆଲ ଟ୍ବିଟରେ ଫଟୋ ସେୟାର କରି ସୂଚନା ଦେଇଛି ।

Intro:Body:

RAKESH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.