ETV Bharat / bharat

କୋରୋନା ପାଇଁ ଅଧାରେ ଅଟକିଲା ମୃତ ଯୁବକଙ୍କ ବ୍ୟବଚ୍ଛେଦ - କୋରୋନା ପାଇଁ ଅଧାରେ ଅଟକିଲା ମୃତ ଯୁବକଙ୍କ ବ୍ୟବଚ୍ଛେଦଟ

କୋରୋନା ପାଇଁ ଅଧାରେ ରହିଲା ମୃତ ଯୁବକଙ୍କ ବ୍ୟବଚ୍ଛେଦ । ଘଟଣା ଘଟିଛି ଗଙ୍ଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ । ଅଧିକ ପଢନ୍ତୁ...

Post mortem stopped due to corona symptoms appearing in body in aligrah
କୋରୋନା ପାଇଁ ଅଧାରେ ଅଟକିଲା ମୃତ ଯୁବକଙ୍କ ବ୍ୟବଚ୍ଛେଦ
author img

By

Published : Apr 24, 2020, 11:06 PM IST

ଅଲିଗଡ: କୋରୋନା ପାଇଁ ଅଧାରେ ରହିଲା ମୃତ ଯୁବକଙ୍କ ବ୍ୟବଚ୍ଛେଦ । ଘଟଣା ଘଟିଛି ଗଙ୍ଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ।

ସୂଚନାନୁସାରେ, ମୃତ ଯୁବକ ଘର ହାଥ୍ରାସର ସିକାନ୍ଦରାରାଓ ସହରର ଗାଟ୍ରି ଶାହାପୁରରେ । ସେ ଫରିଦାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କିଛି ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଆଲିଗଡର ଗାଙ୍ଗିରିର ବଦରୀ ଗାଁରେ ଥିବା ନିଜ ମାମୁଁ ଘରକୁ ପଳେଇ ଆସିଥିଲେ । ସେଠାରେ ପରିବାର ସଦସ୍ୟ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା । ଏପ୍ରିଲ 21 ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଖାନା ପରିଚାଳନା ପୋଲିସକୁ ଏ ନେଇ ସୂଚନା ଦେଇଥିଲେ । ସେପଟେ ପରିବାର ଯୁବକଙ୍କ ମୃତ୍ୟୁର କାରଣ ଫୁସଫୁସ ଜନିତ ସମସ୍ୟା ଦର୍ଶାଇଥିଲେ । କିନ୍ତୁ ପୋଲିସକୁ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ସେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ହେଲେ ବ୍ୟବଚ୍ଛେଦ ସମୟରେ ଡାକ୍ତର ଏବଂ ଅନ୍ୟ ସଦସ୍ୟଙ୍କୁ ଯୁବକଙ୍କ ମଧ୍ୟରେ କୋରୋନା ଲକ୍ଷଣ ଦେଖା ଦେଇଥିଲା । ଫଳରେ ଯୁବକଙ୍କ ବ୍ୟବଚ୍ଛେଦକୁ ଅଧାରୁ ବନ୍ଦ କରାଯାଇ ଏ ନେଇ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା । ଏବେ ଯୁବକଙ୍କ ମୃତଦେହକୁ କୋରୋନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟତା ଜଣାପଡିବ ।

ଯଦି ବ୍ୟକ୍ତି ରିପୋର୍ଟ କୋରୋନା ପଜିଟିଭ ଆସେ ତେବେ ନିୟମ ଅନୁଯାୟୀ ତାଙ୍କ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.