ETV Bharat / bharat

ଆଲିଗଡ କାଣ୍ଡ: ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆଲିଗଡ ଘଟଣାକୁ ନେଇ ସମଗ୍ର ଦେଶରେ ଦେଖାଦେଇଛି ପ୍ରତିକ୍ରିୟା। ଏ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡର ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା କୁହାଯାଇଛି।

ପ୍ରତିକାତ୍ମକ ଫଟୋ
author img

By

Published : Jun 8, 2019, 3:02 PM IST

Updated : Jun 8, 2019, 5:55 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଲିଗଡରେ ହୋଇଥିବା ନାବଳିକା ଦୁଷ୍କର୍ମ ଘଟଣାକୁ ସ୍ତବ୍ଧ ହୋଇ ଉଠିଛି ସମଗ୍ର ଦେଶ। ଏହାକୁ ନେଇ ଦେଶବ୍ୟାପୀ ଦେଖିବାକୁ ମିଳିଛି ପ୍ରତିକ୍ରିୟା। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ସବୁଆଡେ ଏହି ଘଟଣାର ତୀବ୍ର ନିନ୍ଦା କରାଯାଉଛି। ଏ ଘଟଣାରେ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପୀଡିତାଙ୍କ ପରିବାରବର୍ଗ ସମେତ ସମସ୍ତ ଦେଶବାସୀ ଦାବି ଉଠାଇଛନ୍ତି। ସେପଟେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।ଯେଉଁଥିରେ କୁହାଯାଇଛି ଯେ ପୀଡିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସେପରି କୌଣସି ଅମାନବୀୟ ଘଟଣା ପୀଡିତାଙ୍କ ସହ ହୋଇନାହିଁ ବୋଲି ଆଲିଗଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏକ 3 ଡାକ୍ତରୀ ଟିମ୍‌ ଦ୍ବାରା ମୃତ ନାବାଳିକଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ଥିବା ବେଳେ ଏଥିରେ ଜଣେ ମହିଳା ଡାକ୍ତର ମଧ୍ୟ ସାମିଲ ଥିଲେ। ଯାହାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ବଳାତ୍କାର ହୋଇନଥିବା କୁହାଯାଇଛି। ହେଲେ ଏ ଘଟଣାର ଅନ୍ୟାନ୍ୟ ତଦନ୍ତ ପାଇଁ ପୋଷ୍ଟ ମର୍ଟନମରେ ବ୍ୟବହୃତ ହୋଇଥିବା ସାମ୍ପଲ ପୋଲିସକୁ ହସ୍ତାନ୍ତର କରାଯାଇଛି । ସେପଟେ ଶିଶୁକନ୍ୟାଟିର ମୃତଦେହ ଗଳିତ ହୋଇଯାଇଥିବାରୁ ଏସିଡ ମାଡ ହେବା ଭଳି ଜଣା ପଡୁଥିଲା।

ସୂଚନା ଯୋଗ୍ୟ ଯେ, ଉତ୍ତରପ୍ରଦେଶର ଆଲିଗଡ଼ରେ ଅଢ଼େଇ ବର୍ଷର ଏକ ଶିଶୁକନ୍ୟାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡିଥିଲା । ଶିଶୁଟିର ଆଖି ଦୁଇଟିକୁ ନଷ୍ଟ କରିଦିଆଯିବା ସହ ହାତଗୋଡ଼ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ତାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।

Slug : od_kpt_Environment _7202788_4-6-19.mp4

ମହିଳା ଏକାଠି ହେଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ । ଏହି ଧାରାରେ ସ୍ଥାନୀୟ ପରିବେଶକୁ ସୁରକ୍ଷା ଦେବାର  ପ୍ରୟାସ କୁ ଜୀବନର ଏକ ଅଭିନ୍ନ ଧାରା ଭାବେ ଗ୍ରହଣ କରିଛନ୍ତି କୋରାପୁଟ ଜିଲ୍ଲାର ପାହାଡ଼ ଗିରିକନ୍ଦର ମଧ୍ୟରେ ବସବାସ କରୁଥିବା ଆଦିବାସୀ ମହିଳା । ସୁସ୍ଥ ପରିବେଶ ପାଇଁ ସମଗ୍ର ବିଶ୍ବରେ ଚିନ୍ତା ପ୍ରକଟ ହୋଇଛି । କୋରାପୁଟ ବି ଏଥିରୁ କେମିତି ବାଦ ପଡନ୍ତା । ଦିନେ ଓଡ଼ିଶାର ସ୍ୱିଜରଲାଣ୍ଡ କୁହାଯାଉଥିବା ଏହି ଅଂଚଳରେ ତାପମାତ୍ରା ଅପେକ୍ଷାକୃତ ଭାବେ ବୃଦ୍ଧି ପାଇବା ସହିତ ଝଡ ବାତ୍ୟାର ପ୍ରକୋପରେ ପ୍ରଭାବିତ ହେବା ଚିନ୍ତାର ବିଷୟ ବୋଲି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଜୈବ ବିବିଧତା ବିଭାଗର ମୁଖ୍ୟ ତଥା ଭାରପ୍ରାପ୍ତ କୁଳପତି ଏସ.କେ.ପାଲିତ ମତ ରଖିଛନ୍ତି । ତେବେ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରେ ଆଦିବାସୀ ମହିଳା ଚାଷବାସ ରେ ରାସାୟନିକ ସାର ପରିବର୍ତେ ଜୈବିକ ସାର , ଗୋବର ଖତ , ଜିଆ ଖତ ପ୍ରଭୃତି ପ୍ରୟୋଗ କରିବା , ପାର୍ଶ୍ଵବର୍ତୀ ଜଙ୍ଗଲର ସୁରକ୍ଷା ପ୍ରଦାନ କରିବା ଓ ଡିଜେଲ ପମ୍ପ ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପ ଯୋଗେ କୂଅରୁ ପାଣି ଉଠାଇ କ୍ଷେତରେ ମଡ଼ାଇବା ଏକ ଶୁଭଙ୍କର ସୂଚନା ବୋଲି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ପ୍ରଗତିର କର୍ମକର୍ତା ଲୁନା ପଣ୍ଡା ମତ ରଖିଛନ୍ତି । କୋରାପୁଟ ବ୍ଲକ ର ମହାଦେଇପୁଟ ପଂଚାୟତ ଅନ୍ତର୍ଗତ ଲିଟିଗୁଡା ଗ୍ରାମରେ ଆଦିବାସୀ ମହିଳା ଏକାଠି ହୋଇ ନିଜେ ପରିବେଶ ସୁରକ୍ଷା କରିବା ଦିଗରେ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ପ୍ରବାର୍ତାଉଥିବା ସେହି ଗାଁର ମହିଳା ଚାଷୀ କମଳା ଜାନି କହିଛନ୍ତି । ରାସାୟନିକ ସାର ବ୍ୟବହାର କରିବା ଫଳରେ ଖାଦ୍ୟ ଶସ୍ୟ ସମେତ ଜଳ ଓ ବାୟୁ ଦୂଷିତ ହେଉଥିବା ଉପଲବ୍ଧି କରି ସଚେତନ ଭାବେ ଗାଁର ସମସ୍ତେ ଜୈବିକ ଚାଷକୁ ଆପଣେଇନେଇଛନ୍ତି । ଗାଁର ମହିଳା ମାନେ ଦଳଗତ ଭାବେ ଜଙ୍ଗଲ ସୁରକ୍ଷାର ନିଷ୍ପତ୍ତି ନେଇଥିବା ଯୋଗୁଁ ପାଖଆଖ ର ପାହାଡ଼ , ଜଙ୍ଗଲରେ ଧୀରେ ଧୀରେ ହଜିଯାଇଥିବା ଛୋଟବଡ଼ ଗଛ ପୁଣିଥରେ ଦେଖାଯିବା ଆରମ୍ଭ ହୋଇଛି ବୋଲି ଗାଁ ର ଆଉ ଏକ ମହିଳା କୌଶଲ୍ୟା ଗୁଣ୍ଠା ଜଣାଇଛନ୍ତି । ବଇଦି ଗୁଣ୍ଠା ନିଜ ଜମିରେ ବହୁଦିନରୁ ବ୍ୟବହାର କରୁଥିବା ଡିଜେଲ ଚାଳିତ ପମ୍ପ ଵ୍ୟଵହାର କରି ଜମିରେ ପାଣି ମଡାଉଥିବା ବେଳେ ବର୍ତମାନ ପ୍ରଗତି ସ୍ବେଛାସେବୀ ସଂଗଠନ ଦ୍ୱାରା କରାଯାଇଥିବା  ସଚେତନତାର ଫଳସ୍ୱରୂପ ଏବେ ତାକୁ ବଦଳାଇଦେଇ ସୌର ଶକ୍ତି ଚାଳିତ ପମ୍ପ ବ୍ୟବହାର କରୁଛନ୍ତି । ଡିଜେଲ ମୋଟର ଚଳାଇବାଠାରୁ ଏଥିରେ ଖର୍ଚ କମ ହେବା ସହିତ ଡିଜେଲ ପମ୍ପରୁ ବାହାରୁଥିବା ଧୂଆଁ ରୁ ମୁକ୍ତି ମିଳିଥିବା ନେଇ ସେ ଆନନ୍ଦିତ । ଗାଁରେ ସବିତା ଗୁଣ୍ଠା ଙ୍କ ଭଳି ବହୁ ମହିଳା ଚାଷୀ ମଧ୍ୟ ସୌର ଶକ୍ତି ଚାଳିତ  ପମ୍ପ ବସାଇବା ପାଇଁ ଆଗ୍ରହ ଦେଖାଉଥିବା ପ୍ରକାଶ କରିଛନ୍ତି ଯାହା ପରିବେଶ ସୁରକ୍ଷା ଦିଗରେ ଶୁଭସୁଚନା ବୋଲି ଶ୍ରୀମତୀ ପଣ୍ଡା ମତବ୍ୟକ୍ତ କରିଛନ୍ତି । 

.........
Byte : Prof.S.K.Palita , VC(I/C) , CUO, Koraput
Byte : Kamala Jani , Tribal Farmer
Byte : Kousalya Guntha , Tribal Farmer
Byte : Sabita Guntha , Tribal Farmer
Byte :Baidi , Tribal Farmer
Byte :Nabina , Tribal Farmer
Byte : Dr.Luna Panda , Pragati, Koraput
P2C : Ch.Santakar
..........
ଶାନ୍ତାକାର
କୋରପୁଟ
..........
Last Updated : Jun 8, 2019, 5:55 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.