ହାଇଦ୍ରାବାଦ: କଥାରେ ଅଛି ଘନ ଅନ୍ଧାର ପରେ ସକାଳ ନିଶ୍ଚିତ ଆସେ । ବିଶ୍ବରେ ବି ବର୍ତ୍ତମାନ କୋରୋନା ଭାଇରସର କଳା ଅନ୍ଧକାର । ଆଉ ପୁଣି ଧିରେ ଧିରେ ସୂର୍ଯ୍ୟାଲୋକକୁ ଫେରୁଛି ବିଶ୍ବ । ଏହି ମହାମାରୀ ସ୍ଥିତି ସରକାର ପୁଣି ଅଣ୍ଟାସଳଖି ଠିଆ ହେଉଛି । ପୁଣି କେତେକ ଦେଶରେ ଚଳଚଞ୍ଚଳ ହେଲାଣି ଜୀବନଯାତ୍ରା । ଭାଙ୍ଗିଯାଇଥିବା ଅର୍ଥନୀତିକୁ ସୁଧାରିବାରେ ବିଶ୍ବ ଲାଗିଛି । ମାତ୍ର ଲକଡାଉନ୍ ପରେ ଆମେ ଏକ ଭିନ୍ନ ପୃଥିବୀ ଦେଖିବାକୁ ପାଇବା । କୋରୋନା ଭାଇରସ ଏବେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରିଦେଇଛି । ଲୋକ ହାତ ମିଶାଇବା, ଏକାଠି ବସିବା ଭୁଲି ଗଲେଣି । ସମସ୍ତେ ସାମାଜିକ ଦୂରତାକୁ ପାଳନ କରୁଛନ୍ତି ।
ଇତିହାସବିତ ମାନେ କହିଛନ୍ତି ଯେ ସଂକ୍ରମଣ ଓ ମୃତ୍ୟୁ ହାର ହ୍ରାସ ହେବା ସହିତ ଭୟରେ ମଧ୍ୟ ହ୍ରାସ ଘଟିଛି । ଲୋକେ ମହାମାରୀ କଣ ବୁଝିବା ଆରମ୍ଭ କରିଛନ୍ତି । କୋଭିଡ-19 କୌଣସି ଟିକା ବାହାରିପାରିବ ବୋଲି ଆଶା ନାହିଁ । ଯେଉଁ ଦେଶ କୋରୋନାକୁ ନିୟନ୍ତ୍ରଣ କରିପାରିଛନ୍ତି ସେମାନେ ବର୍ତ୍ତମାନ ଅନାହାର ସମସ୍ୟାରେ । ବିଶ୍ବର ନେତାମାନଙ୍କ ମତରେ କୋରୋନା ଭାଇରସ ଅନେକ କିଛି ଶିଖାଇଛି । ଭାରତ ଭଳି ଦେଶରେ ଚିକିତ୍ସା ସୁବିଧା, ରୋଗକୁ ନେଇ ସଚେତନତା କରିବା ନିହାତି ଜରୁରୀ ।
ବିଶ୍ବର ଅନେକ ଦେଶ ପୁଣି ଥରେ ନିଜ କାମ ଆରମ୍ଭ କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ସିଫ୍ଟରେ ଆସିବାକୁ କହୁଛନ୍ତି । ଅନେକ ଘରୁ ମଧ୍ୟ କାମ କରୁଛନ୍ତି । ଏହାସହ ସାମାଜିକ ଦୂରତା, ସ୍ବଚ୍ଛତା, ସାନିଟାଇଜର ବ୍ୟବହାର ପ୍ରତି ଜୋର ଦିଆଯାଉଛି । ଅର୍ଥନୀତି ବଢେଇବା ପାଇଁ ପୁଣି ସ୍କୁଲ, କଲେଜ, ଅଫିସକୁ ଖୋଲାଯାଉଛି । ଜର୍ମାନୀ, ଡେନମାର୍କରେ ପୁଣି ଥରେ ସ୍କୁଲ ଖୋଲିଥିବା ବେଳେ ସ୍ବିଡେନ କେବେ ବି ସ୍କୁଲ ବନ୍ଦ ହିଁ କରି ନଥିଲା । ଅଷ୍ଟ୍ରିଆରେ ଏହି ସପ୍ତାହରେ ସ୍କୁଲ ଖୋଲିବ । ଛାତ୍ରଛାତ୍ରୀମାନଙ୍କୁ 2 ଭାଗରେ ବିଭକ୍ତ କରାଯାଇଛି । ଗ୍ରୁପ ଏ ଛାତ୍ର ସୋମବାରରୁ ବୁଧବାର ସ୍କୁଲ ଆସିବେ ତ ଗ୍ରୁପ୍ ବି ଗୁରୁବାରରୁ ଶୁକ୍ରବାର । ଏହାସହ ଅନଲାଇନ୍ କ୍ଲାସର ମଧ୍ୟ ସୁବିଧା କରାଯାଇଛି । ଏହାସହ ଦଶମ, ଦ୍ବାଦଶ ପରୀକ୍ଷା ପାଇଁ ମଧ୍ୟ ସୁବିଧା କରାଯାଇଛି । ଅନ୍ୟପକ୍ଷେ ଭାରତରେ ବର୍ତ୍ତମାନ ଗ୍ରୀଷ୍ମ ଛୁଟି ।
ଅନ୍ୟପକ୍ଷେ ଜର୍ମାନୀରେ 2ଟି ପରିବାରରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଛି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ମଧ୍ୟ ସମାନ ସ୍ଥିତି । ବିଶେଷଜ୍ଞମାନେ 4ଟି ଫ୍ୟାକ୍ଟରକୁ ନେଇ ମତ ରଖିଛନ୍ତି । ପ୍ରଥମଟି ହେଲା ଚିକିତ୍ସା ସୁବିଧା ଯୋଗାଇବା, ଦ୍ବିତୀୟଟି କୋରୋନା ଲକ୍ଷଣ ପରୀକ୍ଷା ପାଇଁ ମେଡିକାଲ୍ କିଟ୍ ଯୋଗାଇବା, ତୃତୀୟରେ ସମସ୍ତ ରୋଗୀଙ୍କ ସମ୍ପର୍କିୟଙ୍କ ବିଷୟରେ ସୂଚନା ରଖିବା, ଚତୁର୍ଥରେ 14 ଦିନରେ କୋରୋନା ଲକ୍ଷଣ କମ୍ କରିବାକୁ ଚେଷ୍ଟା ।
ଭାରତରେ ମଙ୍ଗଳବାର ଠାରୁ 30ଟି ଟ୍ରେନ ଯାତା.ତ କରୁଛି । ତେଣୁ ଲକଡାଉନରେ କମ୍ ସଂଖ୍ୟାକ ବସ୍, ଟ୍ୟାକ୍ସି, ଟ୍ରେନ ଚାଲିବାର ସମ୍ଭାବନା ରହିଛି । 40 ସିଟ୍ ବସରେ 20 ଜଣ ବସିକି ଯାତ୍ରା କରିପାରିବେ । ବିଭିନ୍ନ ରାଜ୍ୟର ସଡକ ପରିବହନ ନିଗମ ନୂଆ ନିୟମ ସହ ବସ ସେବା ଆରମ୍ଭ କରିପାରନ୍ତି ।
ବର୍ଷକୁ ପ୍ରାୟ 4.5 କୋଟି ପ୍ରବାସୀ ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଲକଡାଉନ୍ କାରଣରୁ ଲକ୍ଷ ଲକ୍ଷ ପ୍ରବାସୀ ଜୀବନଜୀବିକା ହରାଇଲେ । ତେବେ ସେମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ଶ୍ରମିକ ଟ୍ରେନର ବ୍ୟବସ୍ଥା କରିଛନ୍ତି । ଅନ୍ୟପକ୍ଷେ ସାଂଘାଇ ସ୍ଥିତି ଡିଜନୀ ଲ୍ୟାଣ୍ଡ ମଧ୍ୟ ସୋମବାରଠାରୁ ଖୋଲାଯାଇଛି । ବୁଲିବାକୁ ଆସୁଥିବା ସମସ୍ତଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ । ଦିନକୁ ମାତ୍ର 24 ହଜାର ଲୋକ ହିଁ ବୁଲିପାରିବେ । ଚୀନ ଅର୍ଥନୀତି କ୍ଷେତ୍ରରେ ଡିଜନୀଲ୍ୟାଣ୍ଡ 8 ପ୍ରତିଶତ ଲାଭ କରିପାରେ ।