ETV Bharat / bharat

ଗରିବ କଲ୍ୟାଣ ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ - Rajya Sabha News

ଗରିବଙ୍କ କଲ୍ୟାଣ ଆମର ପ୍ରାଥମିକତା ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ
author img

By

Published : Feb 4, 2021, 2:19 PM IST

ନୂଆଦିଲ୍ଲୀ: ଗରିବଙ୍କ କଲ୍ୟାଣ ଆମର ପ୍ରାଥମିକତା । ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଆମ ସରକାରଙ୍କ ନୀତି ରହିଛି । ଗରିବଙ୍କୁ କେନ୍ଦ୍ରବିନ୍ଦୁରେ ରଖି ଆମେ ଆମର କାର୍ଯ୍ୟ କରୁଛୁ ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ

ସେହିପରି ରାଜ୍ୟସଭାରେ ଧର୍ମେନ୍ଦ୍ର ପ୍ରଧାନ ସରକାର କରିଥିବା ଅନେକ ପ୍ରସଙ୍ଗ ଉଠାଇଛନ୍ତି । ପୂର୍ବର ଅନେକ ସରକାର କେବଳ ଘୋଷଣାରେ ସୀମିତ ରହୁଥିବାବେଳେ ନରେନ୍ଦ୍ର ମୋଦି ସରକାର ସବୁ କିଛି କରି ଦେଖାଉଛନ୍ତି । ପୂର୍ବର ଅନେକ ପ୍ରକଳ୍ପ ହୋଇଛି କି ନାହିଁ ତାର ତର୍ଜମା କରି ଏହାକୁ ଆଗକୁ ବଢାଉଛନ୍ତି ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ

ସେପଟେ କୋରୋନା ସମୟରେ ସାରା ବିଶ୍ବରେ ଭାରତ ନିଜର ପରିଚୟ ସୃଷ୍ଟି କରିଛି । ଅନେକ ରାଷ୍ଟ୍ରକୁ ପିପିଇ କିଟ୍‌, ଡାକ୍ତର ଆଦି ଯୋଗାଇ ନିଜର ବସୁଧୈବ କୁଟୁମ୍ଭକମ ନୀତିକୁ ଆପଣାଇଥିବା ସେ କହିଛନ୍ତି । ଯାହା ବିଶ୍ବସ୍ତରରେ ଭାରତର ଛବିକୁ ଆହୁରି ଭଲ କରିଛି ବୋଲି ସେ ଦର୍ଶାଇଛନ୍ତି । ସେହିପରି ପୂର୍ବଭାରତର ଉନ୍ନତି ପାଇଁ କେନ୍ଦ୍ର ସରକାର ନେଇଥିବା ଅନେକ ପଦକ୍ଷେପ ବାବଦରେ କହିଛନ୍ତି ଧର୍ମେନ୍ଦ୍ର । ମହିଳା, ଯୁବକ, ଚାଷୀ ଆଦି ସମସ୍ତଙ୍କ ପାଇଁ ସରକାର କରିଥିବା କାମକୁ ସଂସଦରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ ସରକାର ବିକାଶ ପାଇଁ ପ୍ରତିବଦ୍ଧତା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ଶେଷରେ ସନ୍ଥ କବି ଭୀମ ଭୋଇଙ୍କ ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’କୁ ସଂସଦରେ ଉଠାଇଛନ୍ତି ସେ । ଏହା ଜାତିସଂଘରେ ବି ଉଲ୍ଲେଖ ଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.