ETV Bharat / bharat

ନାବାଳକର ମହାନତା, ନିଜେ ନଖାଇ ବିରାଡି ପାଇଁ କିଣୁଛି କ୍ଷୀର

ନିଜେ ନଖାଇ ବିରାଡିକୁ କ୍ଷୀର କିଣି ଦେଉଛି ଗରିବ ନାବାଳକ। କେବେ ହେଲେ ନିଜ ପେଟ କଥା ସେ ଭାବେ ନାହିଁ । ଯେବେ ବି ଯେତିକି ଟଙ୍କା ପାଏ ସବୁ ଖର୍ଚ୍ଚ କରେ ବିରାଡି ପଛରେ ।

author img

By

Published : Apr 2, 2019, 9:06 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି ବି କିଛି ଲୋକଙ୍କ ଭିତରେ ବଞ୍ଚି ରହିଛି ମଣିଷ ପଣିଆ। ନିଜେ ନଖାଇ ଅନ୍ୟଙ୍କୁ ଖାଇବା ପାଇଁ ଦେଉଛନ୍ତି ଜଣେ ନାବାଳକ। ତେବେ ଏଭଳି ମହାନ କାମ କେହି ବ୍ୟକ୍ତି କରି ନାହାଁନ୍ତି ବରଂ ଦଶ ବାର ବର୍ଷର ନାବାଳକଟିଏ କରିଛି । ନିଜେ ନଖାଇ ବିରାଡିଟିକୁ କ୍ଷୀର ଖାଇବାକୁ ଦେଇ ବଞ୍ଚାଇ ରଖିଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ନାବାଳକଟି ଖୁବ ଗରିବ। ରାସ୍ତା କଡରୁ ଅଳିଆ ଗୋଟାଇଲେ ପେଟରେ ମୁଠାଏ ଦାନା ପଡିଥାଏ। କାମକୁ ନଗଲେ ପୂରା ଦିନ ଭୋକ ଉପାସରେ ରହିବାକୁ ପଡେ। ତେବେ ଏହି ପିଲାଟି କେବେ କାମ ବନ୍ଦ କରି ନଥାଏ । ହେଲେ ନିଜ ପାଇଁ ନୁହେଁ କୁନି ବିରାଡି ପାଇଁ । ଅଳିଆ ବିକି ଯାହା ରୋଜଗାର କରେ ସେତିକିରେ ନିଜେ ନଖାଇ ବିରାଡିକୁ ଖାଇବାକୁ ଦେଇଥାଏ।

ବିରାଡିକୁ ଖାଇବାକୁ ଦେବା ପରେ ତା ପେଟ ପୁରି ଯାଏ ବୋଲି ନାବାଳକ କୁହେ । ନିଜେ ନଖାଇଲେ ମଧ୍ୟ ବିଶେଷ କଷ୍ଟ ହୁଏ ନାହିଁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.