ETV Bharat / bharat

ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ, 197 ରହିଛି AQI ସ୍ତର - AQI

କୋରୋନା ପାଇଁ ଜାରି ଲକଡାଉନ ସମୟରେ ପରିବେଶ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ହୋଇଯାଇଥିଲା । ହେଲେ ପୁଣି ଏବେ କିଛି ଦିନ ହେବ ରାଜଧାନୀ ପ୍ରଦୂଷଣ ଭିତରେ ବୁଡି ରହୁଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ, 197 ରହିଛି AQI ସ୍ତର

author img

By

Published : Oct 11, 2020, 8:08 AM IST

ନୂଆଦିଲ୍ଲୀ: କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା । ଶନିବାର ବାୟୁ ଗୁଣବତ୍ତା ମଧ୍ୟମ ଶ୍ରେଣୀର ଉଚ୍ଚ ସ୍ତରରେ ଥିବା ରେକର୍ଡ କରାଯାଇଛି । ଭୂ-ବିଜ୍ଞାନ ମନ୍ତ୍ରଣାଳୟର ବାୟୁ ଗୁଣବତ୍ତା ମନିଟରିଂ 'ସଫର' ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 197ରେ ପହଞ୍ଚିଛି, ଯାହା ମଧ୍ୟ ଶ୍ରେଣୀର ଉଚ୍ଚ ସ୍ତରରେ ଆସିଥାଏ ।

ସୂଚନା ମୁତାବକ, 0ରୁ 50 ପର୍ଯ୍ୟନ୍ତ AQI କୁ 'ଭଲ', 51 ରୁ 100 'ମଧ୍ୟମ', 101 ରୁ 200 'ସାଧାରଣ', 201 ରୁ 300 'ଖରାପ', 301 ରୁ 400 'ଅତ୍ୟନ୍ତ ଖରାପ' ଏବଂ 401 500 ପର୍ଯ୍ୟନ୍ତ 'ଗମ୍ଭୀର' ଶ୍ରେଣୀରେ ରଖାଯାଇଛି |

ସଫର ମୁତାବକ, ଦିଲ୍ଲୀର AQIରେ ପ୍ରଦୂଷଣ ସୃଷ୍ଟି କରୁଥିବା PM 2.5 କଣିକା ଶନିବାର ଅଧିକ ଥିଲା, କିନ୍ତୁ ରବିବାର ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଏହା ଅକ୍ଟୋବର 12 ତାରିଖରେ ଏଥିରେ ସୁଧାର ଆସିବ ।

ପାଣିପାଗ ବିଭାଗ ଅନୁଯାୟୀ ବଙ୍ଗୋପସାଗରରେ ନିମ୍ନ ଚାପ କ୍ଷେତ୍ର ଆହୁରି ମଜବୁତ ହେବାର ଆଶଙ୍କା ରହିଛି । ପଶ୍ଚିମ-ପଶ୍ଚିମୋତ୍ତର ଦିଗକୁ ଗତି କରିବ ଉତ୍ତର ଏବଂ ମଧ୍ୟ ଭାରତର ପାଣିପାଗ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.