ହାଇଦ୍ରାବାଦ: ଦୀର୍ଘ ଦଶକର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ଲାଗି ଭୂମିପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ କର କମଳରେ ମନ୍ଦିର ନିର୍ମାଣର ଶିଳାନ୍ୟାସ ହୋଇଛି । ବୁଧବାର ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସ୍ବାଗତ ଜଣାଇବା ସହ ଏହା ଜାତୀୟ ଏକତା ଏବଂ ସୋହାର୍ଦ୍ଦ୍ୟ ପାଇଁ ପଥ ପରିଷ୍କାର କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ବିଭିନ୍ନ ନେତା ଏହି ଐତିହାସିକ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଦେଶ ଆହୁରି ଆଗକୁ ବଢିବା ସହିତ ଲୋକମାନେ ପ୍ରଭୁ ରାମଙ୍କ ଆଦର୍ଶକୁ ଅନୁସରଣ କରିବେ ବୋଲି କହିଛନ୍ତି ।
ଭୁମି ପୂଜନ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ କରି ଭଗବାନ ରାମଙ୍କୁ ମାନବୀୟ ଗୁଣର ସର୍ବୋତ୍ତମ ରୂପ ବୋଲି କିଛନ୍ତି। ସେ ଲେଖିଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ହେଉଛନ୍ତି ଶ୍ରେଷ୍ଠ ମାନବୀୟ ଗୁଣର ନିଦର୍ଶନ। ସେ ଆମ ମନର ଗଭୀରତାରେ ରହିଥିବା ମାନବିକତାର ମୂଳ ଭାବନା। ଏହା ସହ ରାହୁଲ ଭଗବାନ ରାମଙ୍କ ଗୁଣ ବିଷୟରେ ଉଲ୍ଲେଖ କରି କହିଛନ୍ତି, ରାମ ପ୍ରେମ, ସେ କଦାପି ଘୃଣାରେ ଦେଖା ଦେଇ ପାରିବେ ନାହିଁ। ରାମ ଦୟାଳୁ, ସେ କଦାପି ନିଷ୍ଠୁର ଭାବରେ ଦେଖା ଦେଇ ପାରିବେ ନାହିଁ | ରାମ ନ୍ୟାୟ, ସେ କଦାପି ଅନ୍ୟାୟରେ ଦେଖା ଦେଇ ପାରିବେ ନାହିଁ।
ସେହିପରି ରାମ ମନ୍ଦିରର ଭୁମି ପୂଜନ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେଜ୍ରିୱାଲ ଟ୍ବିଟ କରି କହିଛନ୍ତି ଯେ ଭଗବାନ ରାମଙ୍କ ଆଶୀର୍ବାଦ ଆମ ଉପରେ ରହିଥାଉ। ତାଙ୍କ ଆଶୀର୍ବାଦରେ ଆମ ଦେଶ କ୍ଷୁଧା, ନିରକ୍ଷରତା ଏବଂ ଦାରିଦ୍ର୍ୟରୁ ମୁକ୍ତି ପାଇବ । ଭାରତ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବ। ଆଗାମୀ ସମୟରେ ଭାରତ ବିଶ୍ବକୁ ଦିଗଦର୍ଶନ ଦେବା ଉଚିତ ବୋଲି ସେ କହିଛନ୍ତି ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ସମସ୍ତେ ପରସ୍ପର ଭାଇ। ମୋର ଭାରତ ମହାନ, ଆମର ହିନ୍ଦୁସ୍ତାନ ମହାନ। ସେ ଟ୍ବିଟ କରି କହିଛନ୍ତି ଯେ ବିବିଧତା ମଧ୍ୟରେ ଆମ ଦେଶ ଏକ ଦଶକର ପୁରୁଣା ଏକତା ପରମ୍ପରାକୁ ବଜାୟ ରଖିଛି ଏବଂ ଆମର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିବା ଉଚିତ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ଆଜି ଭଗବାନ ରାମଙ୍କ ମୂଲ୍ୟବୋଧକୁ ଆଧାର କରି ଏକ ସମାନ୍ତରାଳ ସମାଜ ଗଠନ ଉପରେ ଧ୍ୟାନ ଦେବା ଆବଶ୍ୟକ। ସେ ଟ୍ବିଟ କରି କହିଛନ୍ତି ଯେ ଆମ ସଂସ୍କୃତି ଏବଂ ସଭ୍ୟତାରେ ଭଗବାନ ରାମଙ୍କର ଏକ ବିଶେଷ ସ୍ଥାନ ରହିଛି। ତାଙ୍କ ଜୀବନ ଆମକୁ ସମସ୍ତଙ୍କ ପାଇଁ ସତ୍ୟ, ନ୍ୟାୟ, ସମାନତା, କରୁଣା ଏବଂ ଭାଇଚାରାର ମହନ ଶିକ୍ଷା ଦିଏ | ପ୍ରଭୁ ରାମଙ୍କ ମୂଲ୍ୟବୋଧ ଉପରେ ଆଧାର କରି ଏକ ସମାନ୍ତରାଳ ସମାଜ ଗଠନ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି ଯେ ବର୍ତ୍ତମାନର ଏବଂ ଭବିଷ୍ୟତ ପିଢି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଦ୍ବାରା ପ୍ରଦର୍ଶିତ ମାର୍ଗରେ ଚାଲି ସମସ୍ତଙ୍କ ମଙ୍ଗଳ ଓ ଶାନ୍ତି ପାଇଁ ମର୍ଯ୍ୟାଦାର ପାଳନ କରିବେ |