ETV Bharat / bharat

ଜେଏନୟୁ ଛାତ୍ର ଅସନ୍ତୋଷ: ଆନ୍ଦୋଳନରତ ଦିବ୍ୟାଙ୍ଗ ଛାତ୍ରଙ୍କୁ ଉଠାଇ ନେଲା ପୋଲିସ

ଜେଏନୟୁର ଦିବ୍ୟାଙ୍ଗ ଛାତ୍ରଙ୍କ ଉପରେ ସୋମବାର ହୋଇଥିବା  ଲାଠିଚାର୍ଜ ବିରୋଧରେ ପ୍ରଦର୍ଶନ କରିବାକୁ ଯାଉଥିବା  ଦିବ୍ୟାଙ୍ଗ ଛାତ୍ରଙ୍କୁ ହେପାଜତକୁ ନିଆଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 20, 2019, 1:12 PM IST

ନୂଆଦିଲ୍ଲୀ: ଜେଏନୟୁର ଆନ୍ଦୋଳନରତ ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଇଛି ଦିଲ୍ଲୀ ପୋଲିସ । ଦିବ୍ୟାଙ୍ଗ ଛାତ୍ରଙ୍କ ଉପରେ ସୋମବାର ହୋଇଥିବା ଲାଠିଚାର୍ଜ ବିରୋଧରେ ପ୍ରଦର୍ଶନ କରିବାକୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଅଭିମୁଖେ ଯାଉଥିବା ଦିବ୍ୟାଙ୍ଗ ଛାତ୍ରଙ୍କୁ ହେପାଜତକୁ ନିଆଯାଇଛି । ଏହି ସମସ୍ତଙ୍କୁ ବସନ୍ତ ବିହାର ନିକଟରେ ଅଟକାଇ ବସନ୍ତକୁଞ୍ଜ ପୋଲିସ ଷ୍ଟେସନକୁ ପଠାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପ୍ରାୟ 30 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୋଲିସ ଭେନ ଯୋଗେ ପ୍ରଥମେ ବସନ୍ତକୁଞ୍ଜ ପୋଲିସ ଷ୍ଟେସନ ନିଆଯାଇଥିଲା । ସେଠାରେ ପ୍ରାୟ 30 ମିନିଟ ଅଟକାଇବା ପରେ ସେମାନଙ୍କୁ ଆଇଟିଓ ସ୍ଥିତ ପୋଲିସ ମୁଖ୍ୟାଳୟ ନିଆଯାଇଥିବା ଜଣା ପଡିଛି ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ଦିଲ୍ଲୀ ରାଜରାସ୍ତାରେ ଜେଏନୟୁ ଛାତ୍ର ପ୍ରଦର୍ଶନ କରୁଥିଲେ । ଏହି ସମୟରେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ତେବେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନରେ ଜେଏନୟୁର ଜଣେ ଦିବ୍ୟାଙ୍ଗ ଛାତ୍ର ଶଶିଭୁଷଣ ଆହତ ହୋଇଥିଲେ । ଏହାକୁ ବିରୋଧ କରି ଦିବ୍ୟାଙ୍ଗ ଛାତ୍ର ସଂଗଠନ ବୁଧବାର ପ୍ରଦର୍ଶନ କରିବାର ନିଷ୍ପତ୍ତି ନେଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.