ଭୋପାଳ: କୋରୋନା କାଳରେ ମଧ୍ୟପ୍ରଦେଶ ପୋଲିସକୁ ଏକ ଉଲ୍ଲେଖନୀୟ ସଫଳତା । ଦେଶର ପ୍ରଥମ ରାଜ୍ୟ ଭାବରେ ମଧ୍ୟପ୍ରଦେଶରେ "ଏଫଆଇଆର-ଆଟ ଡୋରଷ୍ଟେପ" ପାଇଲଟ ପ୍ରୋଜେକ୍ଟ ଲଞ୍ଚ ହୋଇଛି । ଏଣିକି ପୋଲିସ ପୀଡିତାଙ୍କ ଘରେ ପହଞ୍ଚି ଏଫ୍ଆଇଆର୍ ପଞ୍ଜିକରଣ କରିବ । ଗୃହ, ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ।. ନରୋତ୍ତମ ମିଶ୍ର ସୋମବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ରାଜ୍ୟର ନୂତନ ପୋଲିସ କଣ୍ଟ୍ରୋଲ ରୁମ ଉଦଘାଟନ କରି ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ଯେ ମହାମାରୀ କୋରୋନାର ସଂକ୍ରମଣ ସମୟରେ ଏହି ଯୋଜନା ସହଜରେ ସମସ୍ୟାର ସମାଧାନ କରିବ । ପୋଲିସ ଷ୍ଟେସନ ଲୋକଙ୍କ ଦୁଆରେ ପହଞ୍ଚିବ । ପୋଲିସ ବିଭାଗର ଏହି ଯୋଜନା ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଗୃହମନ୍ତ୍ରୀ ହେଲ୍ପଲାଇନ 'ଡାଏଲ୍ 112' ମଧ୍ୟ ଆରମ୍ଭ କରିଥିଲେ । ଏହି ହେଲ୍ପଲାଇନ ନମ୍ବରକୁ କଲ କଲେ ଆମ୍ବୁଲାନ୍ସ, ପୋଲିସ ଏବଂ ଅଗ୍ନିଶମ ସେବା ତୁରନ୍ତ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ।
ପୋଲିସ୍ ମହାନିର୍ଦ୍ଦେଶକ ବିବେକ ଜୋହରୀ କହିଛନ୍ତି ଯେ ଏଫ୍ଆଇଆର୍ ପଞ୍ଜିକରଣ ପାଇଁ 100 ନମ୍ବର ଏଫଆଇଆର ପଞ୍ଜିକରଣ କରିବା ପାଇଁ ତାଲିମ ପ୍ରାପ୍ତ ଅଧିକାରୀ ରହିବେ । ସାମାନ୍ୟ କେସରେ ତୁରନ୍ତ ଏଫଆଇଆର ପଞ୍ଜିକରଣ କରାଯିବ । ଗୁରୁତର ଅଭିଯୋଗ ଉପରେ ବରିଷ୍ଠ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ନିଷ୍ପତ୍ତି ନିଆଯିବ ।
ସେ ସୂଚନା ଦେଇଛନ୍ତି ଯେ 'FIR at doorstep' ଯୋଜନା 31 ଅଗଷ୍ଟ ପର୍ଯ୍ୟନ୍ତ ପାଇଲଟ୍ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକାରୀ ହେବ । ଏହା ପରେ ଏହାର ମୂଲ୍ୟାଙ୍କନ କରାଯିବ । ପରେ ସମଗ୍ର ରାଜ୍ୟରେ ଲାଗୁ କରାଯିବ ।
@ IANS