ETV Bharat / bharat

କାର୍ଯ୍ୟକ୍ଷେତ୍ରରେ ଅଧିକ ଚାପଗ୍ରସ୍ତ ହୋଇ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା

author img

By

Published : Dec 20, 2020, 9:48 PM IST

ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ ଅଧିକାରୀ। ବିହାର ରୋହତାସ ଜିଲ୍ଲା ସୂର୍ଯ୍ୟପୁରା ଥାନା ଅଞ୍ଚଳର ପାବରା ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

police inspector committed suicide in rohtash district of bihar
ବିହାର ରୋହତାସରେ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା

ପାଟନା: ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ ଅଧିକାରୀ। ବିହାର ରୋହତାସ ଜିଲ୍ଲା ସୂର୍ଯ୍ୟପୁରା ଥାନା ଅଞ୍ଚଳର ପାବରା ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଔରଙ୍ଗାବାଦ ଜିଲ୍ଲା ଆମ୍ବା ଥାନାରେ ଜିତେନ୍ଦ୍ର କୁମାର ସିଂହ ପୋଲିସ ଅଧିକାରୀ ଦାୟିତ୍ବରେ ରହିଥିଲେ।

ସୂଚନା ଅନୁଯାୟୀ ଆଜି(ରବିବାର) ସକାଳ 10ଟା ବେଳେ ପୋଲିସ ଅଧିକାରୀ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘରେ ସମ୍ପର୍କୀୟଙ୍କ ବାହାଘର ରହିଥିଲା। ତେବେ ଏହାକୁ ନେଇ ପୋଲିସ ଅଧିକାରୀଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀ ଛୁଟି ଦେଉନଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କ ଉପରେ ଜାଣିଶୁଣି ଅଧିକା କାର୍ଯ୍ୟଭାର ଦିଆଯାଉଥିଲା। ଏଥିପାଇଁ ଦୀର୍ଘଦିନ ହେଲେ ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ। ସେ ବହୁ ଦିନ ହେବ ଘରକୁ ମଧ୍ୟ ଆସି ପାରିନଥିଲେ।

ଔରଙ୍ଗାବାଦ ଆମ୍ବା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ସିଂହଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ 10ଟା ବେଳେ ପୋଲିସ ଅଧିକାରୀ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପକ୍ଷରୁ ପରିବାରକୁ ଦିନ 1ଟା ବେଳେ ଜଣାଇଥିଲେ। ଏହାପରେ ପୋଲିସ ବିଭାଗକୁ ବାରମ୍ବାର ଫୋନ କରାଯାଇଥିଲେ ସୁଦ୍ଧା କେହି ଫୋନ ଉଠାଇ ନଥିଲେ। ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା ଯୋଗୁଁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.