ETV Bharat / bharat

ପାକିସ୍ତାନୀ ନାଗରିକ ସନ୍ଦେହରେ 5 ସନ୍ଦିଗ୍ଧ ଅଟକ

ବିହାରରେ ସୁରକ୍ଷା ଏଜେନ୍ସିର ସୂଚନା ଆଧାରରେ 5 ବିଦେଶୀ ନାଗରିକ ଅଟକ । ସମସ୍ତ ସନ୍ଦିଗ୍ଧ ପାକିସ୍ତାନର ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ...

author img

By

Published : Dec 15, 2020, 9:04 PM IST

ପାକିସ୍ତାନୀ ନାଗରିକ ସନ୍ଦେହରେ 5 ସନ୍ଦିଗ୍ଧ ଅଟକ
ପାକିସ୍ତାନୀ ନାଗରିକ ସନ୍ଦେହରେ 5 ସନ୍ଦିଗ୍ଧ ଅଟକ

ପାଟନା: ପାକିସ୍ତାନୀ ନାଗରିକ ସନ୍ଦେହରେ 5 ବିଦେଶୀ ନାଗରିକ ଅଟକ । ମଙ୍ଗଳବାର ସୁରକ୍ଷା ଏଜେନ୍ସିର ସୂଚନା କ୍ରମେ ବିହାରର କଟାହର ଅଞ୍ଚଳରୁ ସମସ୍ତ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି । ପୋଲିସ ଓ ସିଆଇଡିର ସ୍ବତନ୍ତ୍ର ଟିମ୍ ସେମାନଙ୍କୁ ନଗର ପୋଲିସ ଷ୍ଟେସନକୁ ଆଣି ପଚରାଉଚରା କରୁଥିବା ଜଣାପଡିଛି ।

ଏହି ବିଦେଶୀ ନାଗରିକମାନେ ନଗର ଥାନା ଅନ୍ତର୍ଗତ ଚୌଧୁରୀ ମହୋଲ୍ଲାରେ ଭଡାରେ ରହୁଥିଲେ । ସେମାନଙ୍କୁ ଠାରୁ ଜବତ କରାଯାଇଥିବା ସାମଗ୍ରୀରୁ ସମସ୍ତେ ପାକିସ୍ତାନୀ ନାଗରିକ ହୋଇଥିବା ସନ୍ଦେହ କରାଯାଉଛି । ମାତ୍ର ଏ ଯାଏଁ ବି ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ସମସ୍ତଙ୍କର ଠିକଣା ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.